ଚୋରି କରିଥିବା ଅଭିଯୁକ୍ତକୁ ୨ବର୍ଷ ଜେଲ ଦଣ୍ଡ ସହ ୫ଶହ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ

ବୀରମହାରାଜପୁର : ବୀରମହରାଜପୁର ଥାନା ଧର୍ମଶାଳା ଫାଣ୍ଡି ଅନ୍ତର୍ଗତ ହିକୁଡ଼ିଛକ ଠାରେ ଅନେକ ଗୁଡ଼ିଏ ଦୋକାନରୁ ଚୋରି ହୋଇଥିବା ନେଇ ଅଭିଯୋଗ ହେବାପରେ ଅଭିଯୋଗକୁ ଭିତ୍ତିକରି ଏହି ମାମଲାର କୋର୍ଟରେ ବିଚାର ହେବାପରେ ବୀରମହାରାଜପୁର ଏସଡ଼ିଜେଏମ୍‌ ଅଭିଯୁକ୍ତଙ୍କୁ ୨ବର୍ଷର ଜେଲଦଣ୍ଡ ଶୁଣାଇବା ସହ ୫ଶହ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୨୦୨୦ମସିହା ଡିସେମ୍ବର ୯ତାରିଖ ଦିନ ହିକୁଡ଼ିଛକ ସ୍ଥିତ ଅନେକ ଗୁଡ଼ିଏ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ତଦନ୍ତ କରିବାରୁ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା କଣ୍ଟମାଳ ଥାନା ଅଇଁଲାଚୁଆଁ ଗାଁର ଶୁସାନ୍ତ କର୍ମୀ ଧରାପଡ଼ିଥିଲା । ଧରାପଡ଼ିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ତେବେ ଗତକାଲି ଉକ୍ତ ମାମଲାର ବିଚାର କରି ୨ବର୍ଷ ଜେଲ ଦଣ୍ଡାଦେଶ ସହ ୫ଶହ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ ।

Leave A Reply

Your email address will not be published.