୫୦ କେ.ଜି. ଗଞ୍ଜେଇ ଜବତ ସହ ୩ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଥାନା ଅନ୍ତର୍ଗତ ବାରକୁଡ଼ା ଛକ ନିକଟରେ ଚଢ଼ାଉ କରି ଗୋଟିଏ କାର୍‌ ସହ ୫୦ କେ.ଜି. ଗଞ୍ଜେଇ, ଦୁଇଟି ମୋବାଇଲ ଫୋନ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ବାଘିଆ ପଡ଼ା ଅଞ୍ଚଳ ପଟୁ ବୌଦ୍ଧ ଅଭିମୁଖେ ଆସୁଥିବା ଏକ କାର୍‌କୁ ବାରକୁଡ଼ା ଛକ ନିକଟରେ ବୌଦ୍ଧ ପୋଲିସ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ କରିବା ସମୟରେ କାର୍‌ରୁ ପ୍ରାୟ ୫୦ କେ.ଜି. ଗଞ୍ଜେଇ ମିଳିଥିଲା । ମିଳିଥିବା ଗଞ୍ଜେଇ ଜବତ କରିବା ସହ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କର ନିକଟରୁ ଦୁଇଟି ମୋବାଇଲ ଜବତ କରିଥିଲା । ଏନେଇ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବ ନନ୍ଦ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.