oom

ରକ୍ତଦାନ ଶିବିର ପାଇଁ ଯୁବ କୁଲୁତା ସମାଜର ପ୍ରସ୍ତୁତି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଦୀମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୩୦ ତାରିଖରେ ହେବାକୁ ରକ୍ତଦାନ ଶିବିର ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା ଓ ଏଥିରେ ୭୬ ୟୁନିଟ ରକ୍ତ କିଭଳି ଭାବେ ହୋଇପାରିବ ସେଥିପ୍ରତି ମଧ୍ୟ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସଭାପତି ଅସୀମ କୁମାର ଭୋଇ, ବାଦୀମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶେଖର ଚନ୍ଦ୍ର ପଧାନ, ପ୍ରେମ କିଶୋର ସାହୁ, ପ୍ରକାଶ କୁମାର ପଧାନ, କୈଳାଶ ପଧାନ, ରାଜେଶ ତ୍ରିପାଠି, ବିଜୁ ପଧାନ, ରାମ ନାରାୟଣ ପଧାନ, ଜିତେନ୍ଦ୍ର ତ୍ରିପାଠି, ଅଜୁ ପଧାନ, ଅଭିମନ୍ୟୁ ଥନାପତି, ନୀଳ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆସନ୍ତା ୩୦.୦୧.୨୦୨୨ ବାଦୀମୁଣ୍ଡା ପିଏଚ୍‌ସିରେ ହେବାକୁ ଥିବା “ରକ୍ତଦାନ ଶିବିର”ରେ ସମସ୍ତେ ଯୋଗଦାନ କରି ରକ୍ତଦାନ କରିବାକୁ ସଂଗଠନ ତରଫରୁ ଅନୁରୋଧ କରାଯାଇଛି । ରକ୍ତର ଅଭାବରୁ ଯେଭଳି କାହାର ଜୀବନ ନ ଯାଉ ସେଥିପ୍ରତି ଜିଲ୍ଲା କୁଲୁତା ସମାଜ ସଂକଳ୍ପବଦ୍ଧ ବୋଲି ସଂଗଠନର କାର୍ଯ୍ୟକର୍ତାମାନେ ମତବ୍ୟକ୍ତ କହିଛନ୍ତି ।

jittmm
Leave A Reply

Your email address will not be published.