pakka

ଆଲୁମିନି ପକ୍ଷରୁ ନରସିଂହ ଗୁରୁଙ୍କୁ ଶୁଭେଚ୍ଛା ଜଣାଇଲେ ସଭାପତି : ଆଲୁମିନି ଏଜିଏମ୍ ସ୍ଥଗିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ୍ ସଂକ୍ରମଣରେ ଲାଗି ରହିଥିବା ଅନିଶ୍ଚିତତା ଓ ଅନ୍ୟାନ୍ୟ ଅନିବାର୍ଯ୍ୟ କାରଣରୁ ଆସନ୍ତା ଜାନୁଆରୀ ୩୦ ତାରିଖ ରବିବାର ହେବାକୁ ଥିବା ରାଜେନ୍ଦ୍ର ଆଲୁମିନିର ବାର୍ଷିକ ସାଧାରଣ ବୈଠକକୁ ସ୍ଥଗିତ ରଖିବାକୁ କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ହୋଇଛି । ସଂକ୍ରମଣ କମିଲେ ଯଥାଶୀଘ୍ର ବୈଠକ ବସି ନୂଆ ତାରିଖ ଘୋଷଣା କରାଯିବ । ପଦ୍ମଶ୍ରୀ ଘୋଷିତ ପ୍ରଥମ ରାଜେନ୍ଦ୍ରଭିଆନ୍ ବିଶିଷ୍ଟ ସାରସ୍ବତ ସାଧକ ନରସିଂହ ପ୍ରସାଦ ଗୁରୁଙ୍କୁ ଅନ୍‌ଲାଇନ୍‌ରେ ହେବାକୁ ଥିବା ଉକ୍ତ ଏଜିଏମ୍ ଅବସରରେ ସମ୍ବର୍ଦ୍ଧନା ଦିଆଯିବ । ୨୮ ତାରିଖ ଶୁକ୍ରବାର ଶ୍ରୀ ଗୁରୁଙ୍କୁ ଆଲୁମିନି ପକ୍ଷରୁ ସଭାପତି ଡ.ମିଶ୍ର ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ ଓ ଆନୁଷ୍ଠାନିକ ଭାବେ ଉପରୋକ୍ତ ମର୍ମରେ ତାଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ସେହିପରି ମୋ କଲେଜ ଅଭିଯାନରେ ରାଜେନ୍ଦ୍ରଭିଆନ୍ ବହୁ ସଂଖ୍ୟାରେ ସାମିଲ ହେବାକୁ ଆଲୁମିନି ପକ୍ଷରୁ ପୁଣି ଥରେ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

10 − 7 =