ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ବନୁପାଲି ସେମି ଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲଠାରେ ଏମ୍‌ଏଲ୍‌ସିସି ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ଖେଳରେ ବନୁପାଲି ଦଳ ଦହିତା ଦଳକୁ ହରାଇ ଏବଂ ମଳମଣ୍ଡା ଦଳ ଗଇଲଗୁଡ଼ା ଦଳକୁ ହରାଇ କ୍ବାଟର ଫାଇନାଲରେ ପ୍ରବେଶ କରିଥିଲେ । କ୍ବାଟର ଫାଇନାଲ ମ୍ୟାଚରେ ମଳମଣ୍ଡା ଦଳ ନିର୍ଦ୍ଧାରିତ ୫ ଓଭରରେ ୪ ଉଇକେଟ ହରାଇ ୫୨ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ବନୁପାଲି ଦଳ ୫ ଓଭରରେ ୧ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ମ୍ୟାଚ ଶେଷ ହେବା ପରେ ରାଜୁ ମେହେର ଅତିଥି ରୂପେ ଯୋଗଦେଇ ବନୁପାଲି ଦଳର ଆକାଶଙ୍କୁ ମେନ ଅଫ୍‌ ଦି ମେଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଦୀପକ, ନିଲେଶ, ସତ୍ୟ, ସଦାନନ୍ଦ, ଧର୍ମେନ୍ଦ୍ର ଓ ଗୋକୁଳ ଅମ୍ପାୟାରିଂ ଏବଂ ତାପସ, ଆନନ୍ଦ ଓ ମହେଶ ସ୍କୋରିଂ ଦାୟିତ୍ୱ ତୁଲାଇଥିଲେ । ଗଣେଶ, ବିକାଶ ଓ ଦିଲୀପ ଧାରା ବିବରଣୀ ପ୍ରଦାନ କରିଥିଲେ । ସୁନୀଲ, ହେମନ୍ତ, ସଞ୍ଜୀବ, ମୁକେଶ, ଚନ୍ଦ୍ରଭାନୁ, ଚୁଡ଼ାମଣି, ମିଥୁନ ଆଦି ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.

seven − 1 =

error: Content is protected !!