ସ୍ୱାମୀ ବିବେକାନନ୍ଦଙ୍କ ୧୬୦ତମ ଜନ୍ମୋତ୍ସବ ପାଳନ

ମ.ରାମପୁର, (ହେମନ୍ତ ସାହୁ) : କୋଭିଡ଼ କଟକଣା ମଧ୍ୟରେ ଶ୍ରୀରାମକୃଷ୍ଣ ଆଶ୍ରମ ମ.ରାମପୁରର ସଂପାଦକ ସ୍ୱାମୀ ଅଶୋକାନନ୍ଦ ଜୀଙ୍କ ପୌରାହିତ୍ୟରେ ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ୧୬୦ତମ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ପ୍ରାତଃ କାଳରୁ ପୂଜା, ହୋମ ସମାପନ ପରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା । ବେଦମନ୍ତ୍ର ଉଚ୍ଚାରଣ ପରେ ସଂପାଦକ ସ୍ୱାମୀଜୀ କହିଥିଲେ ସମାଜରେ ସ୍ୱାମୀ ବିବେକାନନ୍ଦଙ୍କର ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନରେ ପ୍ରୟୋଗ କଲେ ଏକ ଉନ୍ନତ ରାଷ୍ଟ୍ର ଗଠନ ହେବା ସହିତ ଦେଶ ସମୃଦ୍ଧ ହୋଇପାରିବ । ମୁଖ୍ୟବକ୍ତା ବାମନ ମହାପାତ୍ର, ମୁଖ୍ୟ ଅତିଥି ସ୍ୱାମୀ ବିରେଶାନନ୍ଦଜୀ ଆତ୍ମବିଶ୍ୱାସ, ନିର୍ଭିକତା ଏବଂ ସକାରାତ୍ମକ ଚିନ୍ତାଧାରା ଉପରେ ଦୃଷ୍ଟିପାତ କରିଥିଲେ । ଏହି ଅବସରରେ ଆଶ୍ରମର ସଂପାଦକ ଏବଂ ଇଂ ଚକ୍ରଧର ବେହେରାଙ୍କ କରକମଳରେ ଅନ୍ତେବାସୀଙ୍କ ପ୍ରଚୀର ପତ୍ରିକା ଶିଖା ଉନ୍ମୋଚିତ ହୋଇଥିଲା । ଅନ୍ନଦା ପ୍ରସାଦ ପଟ୍ଟନାୟକ ଆଶ୍ରମର ଅନ୍ତେବାସୀଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ କିଛି ବାଣୀର ଉଦାହରଣ ସହିତ ବୁଝାଇଥିଲେ । ଉମାକାନ୍ତ ବେହେରା ଧନ୍ୟବାଦାର୍ପଣ କରିଥିବା ବେଳେ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.