oom

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଶକ୍ତିନଗର ଛକଠାରେ ପାଳନ କରାଯାଇଛି । ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପୁଲିସ ଅଧିକାରୀ ଡଃ ସୁମନ ଦତ୍ତ, ଆଇନଜୀବୀ କୈଳାଶ ଚନ୍ଦ୍ର ପ୍ରଧାନ ଓ ଅର୍ଥନୀତି ବିଷାରଦ ନଳିନୀକାନ୍ତ ଧର ଅତିଥି ଭାବେ ଯୋଗଦେଇ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବକ୍ତବ୍ୟରେ କହିଲେ ଯେ, ବୀର ସୁରେନ୍ଦ୍ର ଥିଲେ ସ୍ବାଭିମାନୀ ସଂଗ୍ରାମୀ ଯୋଦ୍ଧା । ଭାରତର ସ୍ଵାଧୀନତା ଆନ୍ଦୋଳନର ସେ ପ୍ରଥମ ସଂଗ୍ରାମୀ ଯିଏକି ନିଜ ଜୀବନରେ ସର୍ବାଧିକ ସମୟ କାରାଦଣ୍ଡ ଭୋଗ କରିବା ସହିତ ଅତ୍ୟନ୍ତ ଦୟନୀୟ ଭାବେ ମୃତ୍ୟୁବରଣ କରିଥିଲେ । ସେ ଥିଲେ କ୍ରାନ୍ତି ପୁରୁଷ । ତାଙ୍କର ଦେଶ ପ୍ରେମ, ଜାତି ପାଇଁ ବଳିଦାନ ଯୁଗ ଯୁଗ ଧରି ଆମକୁ ଉଦ୍‌ବୁଦ୍ଧ କରିବ । ଅନ୍ୟମାନଙ୍କ ମଧ୍ୟରେ ଚିତ୍ରଶିଳ୍ପୀ ଦେବେନ୍ଦ୍ର ମହାରଣା, ସୁକାନ୍ତ ରାଉତ, ଅଞ୍ଜନ ବୋଷ, ସୟନ୍ତ ମୁଖାର୍ଜୀ, ତପନ କୁମାର ସେନ, ରମେଶ ନନ୍ଦ, ମନୋଜ ମହାପାତ୍ର, ଗୟାଧର ଦାସ, ସରୋଜ ଦାସ, କ୍ଷେତ୍ରବାସୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.