ppurohit

ବସ୍ ମାଲିକ ସଂଘ ପକ୍ଷରୁ ମାସ୍କ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ବସ୍ ଯାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ କରାଯିବା ସଙ୍ଗେ କରୋନା ଜନିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବ୍ୟାପୀ ସମସ୍ତ ବସ୍ ଯାତ୍ରୀ ମାସ୍କ ବ୍ୟବହାର କରିବା ପାଇଁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ଏସ୍‌ଡିପିଓ ତୁଫାନ ବାଗ ଯୋଗଦାନ କରିଥିବା ବେଳେ ନାଗରିକ କମିଟି ସମ୍ପାଦକ ମନୋରଂଜନ ସାହୁ, ବରିଷ୍ଠ ନାଗରିକ ନୀଳମଣି ମିଶ୍ର, ପ୍ରଭାକର ମିଶ୍ର, ବଲାଙ୍ଗିର ଆଦର୍ଶ ଥାନା ଅଧିକାରୀଣୀ ପ୍ରିୟଙ୍କା ରାଉତରାୟ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ମାହେଶ୍ଵରୀ ଅନୁଷ୍ଠାନର ମୁଖ୍ୟ ଅଙ୍କୁଶ ପାଣ୍ଡିଆ, ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ରାମ ନାରାୟଣ ଦାଶଙ୍କ ସମେତ ଅନେକ ସାମାଜିକ ଅନୁଷ୍ଠାନ ଯୋଗଦାନ କରିଥିଲେ । ବସ୍ ମାଲିକ ସଂଘର ସଭାପତି ହେମନ୍ତ ପଣ୍ଡା, ଉପସଭାପତି ସୌମେନ୍ଦ୍ର ପରିଛା, ସମ୍ପାଦକ ପ୍ରଦ୍ୟୁତ ମିଶ୍ର, କୋଷାଧ୍ୟକ୍ଷ ଶିବ ପଟେଲ, ସହ ସମ୍ପାଦକ ଲିକୁନ ଆଚାର୍ୟ୍ୟଙ୍କ ସମେତ ବରିଷ୍ଠ ସଦସ୍ୟ ଓମ ପ୍ରକାଶ ଚାନ୍ଦ, ଅକ୍ଷୟ କଣ୍ଟା, ଡମ୍ବରୁ ଆଚାର୍ଯ୍ୟ, ମନୋଜ ଗୁରୁ, ସଞ୍ଜିବ ପଣ୍ଡା, ହିମାଂଶୁ ନାୟକ, ଭବାନୀ ପଟେଲ, ଚନ୍ଦ୍ରମଣି ତ୍ରିପାଠୀ, ପ୍ରାଣନାଥ ପ୍ରଧାନ, ଜୟନ୍ତ ସିଂଦେଓ, ସଞ୍ଜିବ ମହାନ୍ତି ପ୍ରମୁଖ ବହୁ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.