oom

ଆଧ୍ୟାତ୍ମିକ ସାହିତ୍ୟ ଜ୍ୟୋତି ସମ୍ମାନ ପ୍ରଦାନ

jsmm

କଟକ, (ସସ୍ମିତା ପ୍ରଧାନ) : ଶ୍ରୀରାମ ଚନ୍ଦ୍ର ଭବନ ପରିସରରେ କଳ୍ପନା ସାହିତ୍ୟ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ କବିତା ଆସର ଏବଂ ସମ୍ବର୍ଦ୍ଧନା ସଭା ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା । ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଆଧ୍ୟାତ୍ମିକ ସାହିତ୍ୟ ଜ୍ୟୋତି ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା । ସେ ସମ୍ପ୍ରତି ଆଧ୍ୟାତ୍ମିକ ସାହିତ୍ୟର ଅସ୍ମିତା କୈବଲ୍ୟ ପତ୍ରିକାର ସମ୍ପାଦକ ରୂପେ କାର୍ଯ୍ୟ କରୁଛନ୍ତି । ଆଧ୍ୟାତ୍ମିକ ମାର୍ଗରେ ବୌଦ୍ଧିକ ବିକାଶ ହୋଇପାରିବ ବୋଲି ସୂକ୍ଷ୍ମ ଚେତନାକୁ ସାହିତ୍ୟ ମାଧ୍ୟମରେ ବର୍ଷ ବର୍ଷ ଧରି ଯୋଡ଼ି ଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆଧ୍ୟାତ୍ମିକ ସାହିତ୍ୟର ପ୍ରଚାର ପ୍ରସାର ସହିତ ଜଗନ୍ନାଥ ସଂସ୍କୃତିର ପ୍ରଚାର କାର୍ଯ୍ୟ ଚାଲୁ ରଖିଛନ୍ତି । ଗ୍ରାମାଞ୍ଚଳର ଅଖ୍ୟାତ ପଲ୍ଲୀରୁ ସହରାଞ୍ଚଳ ପର୍ୟ୍ୟନ୍ତ ଅନେକ ଆଧ୍ୟାତ୍ମିକ ସାହିତ୍ୟିକ ସୃଷ୍ଟି ପାଇଁ ତାଙ୍କ ପ୍ରୟାସ ଜାରି ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ସୁଶାନ୍ତ କିଶୋର ବଳ, ସଭାପତି ଅଶ୍ଵିନୀ କୁମାର ସେଠୀ, ମୁଖ୍ୟ ଅତିଥି ପ୍ରଫେସର ପଣ୍ଡିତ ନୀଳକଣ୍ଠ ରାଉତ, ମୁଖ୍ୟବକ୍ତା ନଗେନ୍ଦ୍ର ନାଥ ନାୟକ, ସମ୍ମାନିତ ଅତିଥି ଅଧ୍ୟାପକ ଚନ୍ଦ୍ର ଶେଖର ମହାନ୍ତି, ସମ୍ପାଦକ ଗୋପାଳ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ସମ୍ମାନ ପ୍ରଦାନ କରିଥିଲେ । ସାମନ୍ତରାୟଙ୍କୁ ଉତ୍ତରୀୟ, ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନର ବନ୍ଧୁ ଏବଂ ବୁଦ୍ଧିଜୀବୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.