oom

ଗଞ୍ଜାମ ଏସ୍‌ପିଙ୍କ ପଦୋନ୍ନତି

jsmm

• ବରିଷ୍ଠତା ଭିତ୍ତିରେ ରାଜ୍ୟରେ ତିନିଜଣ ଆଇପିଏସ୍‌ କ୍ୟାଡରଙ୍କ ପଦୋନ୍ନତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିର୍ଭିକ, ସାହାସିକତା, ଦାମ୍ବିକତା, ସାଧୁବାଦୀ, ମେଳାପୀ, ସ୍ୱାଭିମାନିର ପରିଚୟ ସୃଷ୍ଟି କରିଥିବା ବହୁ ଚର୍ଚ୍ଚିତ ଗଞ୍ଜାମ ଏସ୍‌ପି ଆଇପିଏସ୍‌ ବ୍ରିଜେଶ କୁମାର ରାଏଙ୍କ ପଦୋନ୍ନତି ହୋଇଥିବା ସରକାରୀ ବିଜ୍ଞପ୍ତି ଇସ୍ତାହାରରେ ପ୍ରକାଶ ପାଇଛି । ତାହାଙ୍କ ପଦୋନ୍ନତି ପାଇବା ଖବର ଶୁଣି ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟରେ ଖୁସିର ଆଲୋଡନ ସୃଷ୍ଟି କରିଛି । ଶ୍ରୀ ରାଏ ୨୦୦୯ ମସିହାର ଆଇପିଏସ୍‌ ବ୍ୟାଚ୍‌ ଅଟନ୍ତି । ବର୍ତ୍ତମାନ ସେ ପଦୋନ୍ନତି ହୋଇ ଡ଼ିଆଇଜି ପାହ୍ୟା ପଦବୀରେ ଭୁକ୍ତ ହୋଇଥିବା ସରକାରୀ ଭାବେ କୁହାଯାଏ । ରାଜ୍ୟସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଶୁଣାଣି ବିଭାଗ ଦ୍ୱାରା ପ୍ରଦତ୍ତ ହୋଇଥିବା ଚିଠାଙ୍କ ପ୍ରକାରେ ଉଲ୍ଲେଖ ହୋଇଛି ଯେ, ରାଜ୍ୟରେ ଅବସ୍ଥାପିତ ହୋଇଥିବା ଏହି ଗୋଟିଏ ବ୍ୟାଚ୍‌ର ସର୍ବମୋଟ ତିନିଜଣ ଆଇପିଏସ୍‌ କ୍ୟାଡର ପୋଲିସ ପ୍ରଶାସନିକ ଅଧିକାରୀ ଅଖିଲେଶ୍ଵର ସିଂ, ବ୍ରିଜେଶ କୁମାର ରାଏ, ଚରଣସିଂ ମୀନାଙ୍କର ପଦଦୋନ୍ନତି ହୋଇଥିବା କୁହାଯାଇଛି ।

jittmm
Leave A Reply

Your email address will not be published.