ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି ଆଜି

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି । ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇ ସାରିଥିବା କୁହାଯାଇଛି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଗତକାଲି ପ୍ରାର୍ଥୀ ତାଲିକା ପ୍ରସ୍ତୁତି ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା ହୋଇସାରିଛି । ଭାଗବଂଟାରେ ବିଜେପି ଭାଗରେ ରହି଼ିଥିବା ୧୨୧ଟି ଆସନ ପାଇଁ ବିଚାର ବିମର୍ଷ ହୋଇଥିବା ବେଳେ ୯୦ଟି ଆସନ ପାଇଁ ତାଲିକା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି । ଆଜି ସେମାନଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି । ଆଜି ପ୍ରକାଶିତ ହେବାକୁ ଥିବା ତାଲିକାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାକୁ ଯାଉଥିବା ବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବି କିଛି ନାଁ ସ୍ପଷ୍ଟ ହୋଇପାରେ ବୋଲି କୁହାଯାଇଛି । ତେବେ ବିଜେପି ୧୨୧ ଓ ଜେଡ଼ିୟୁ ୧୨୨ଟି ଆସନରେ ନିର୍ବାଚନ ଲଢ଼ିବା ନେଇ ବୁଝାମଣା ହୋଇଥିବା ଜଣାପଡ଼ିଛି । ଏଲ୍‌ପିଜି. ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରି ସ୍ୱତନ୍ତ୍ର ଭାବେ ନିର୍ବାଚନ ଲଢ଼ିବ ।

Leave A Reply

Your email address will not be published.