ସର୍ବାଧିକ ୧୦୪ ୟୁନିଟ ପ୍ଲାଜମା ସଂଗ୍ରହ କରି ରାଉରକେଲା ପ୍ଲାଜମା ବ୍ୟାଙ୍କ ସମଗ୍ର ରାଜ୍ୟରେ ପ୍ରଥମ

ରାଉରକେଲା, (କେପିଏନ୍‌ଏସ୍‌) : କୋଭିଡ ସଂକ୍ରମଣ ଓ ବ୍ୟାପକତାକୁ ଦୃଷ୍ଟିରେ ରଖି ଓଡିଶା ସରକାର କରୋନାର ସଂଜିବନୀ ପ୍ଲାଜମା ସଂଗ୍ରହ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଆଇଜିଏଚ ଠାରେ ରାଜ୍ୟର ତୃତୀୟ ପ୍ଳାଜମା ବ୍ୟାଙ୍କ କୁ ଗତ ତା ୩୦/୦୭/୨୦ ରେ ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କରି ଜିଲ୍ଲାବାସୀଙ୍କ ନିମନ୍ତେ ଉସର୍ଗ କରିଥିଲେ ।

ଯାହା ଦ୍ୱାରା ଜିଲ୍ଲାର ତଥା ପଡୋଶୀ ଜିଲ୍ଲାର ଗୁରୁତର ସଂକ୍ରମିତ ରୋଗୀ ଙ୍କୁ ସୁସ୍ଥ କରାଯାଇପାରିବ । ଆଜିସୁଦ୍ଧା ଏହି ପ୍ଳାଜ଼ମା ବ୍ୟାଙ୍କ ରେ ସର୍ବାଧିକ ୧୦୪ ୟୁନିଟ ପ୍ଲାଜମା ସଂଗୃହିତ ହୋଇ ରାଉରକେଲା ପ୍ଳାଜ଼ମା ସଂଗ୍ରହରେ ରାଜ୍ୟରେ ସର୍ବପ୍ରଥମ ହୋଇପାରିଛି ।

ଏହା ଜିଲ୍ଲା ପାଇଁ ଏକ ଗୌରବର ବିଷୟ, ଏହି ଗୌରବ ପାଇଁ ଜିଲ୍ଲା ପ୍ରଶାସନ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ପ୍ଲାଜମା ସଂଗ୍ରହର ଦ୍ରୁତ ଅଗ୍ରଗତିରେ ମାନ୍ୟବର ବିଧାୟକଙ୍କ ସମ୍ପୃକ୍ତି ତଥା ପ୍ଳାଜ଼ମା ଦାନ ନିମନ୍ତେ ବ୍ୟକ୍ତିଗତ ଭାବେ ଉତ୍ସାହିତ କରିବା ହେତୁ ଏହାର ସଂଖ୍ୟା ବୃଦ୍ଧି ହେଉଛି ।

ପୁନଶ୍ଚ ଜିଲ୍ଲାରେ ପ୍ଳାଜ଼ମା ଦାନ ନିମନ୍ତେ ପ୍ରଶାସନ ତରଫରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଦୁଇ ଜଣ ଓଏଏସ. ଅଧିକାରୀଙ୍କ ତତ୍ୱାବଧାନରେ ୨ ଗୋଟି ଦଳ ପ୍ଳାଜ଼ମା ଦାନ ନିମନ୍ତେ ଘରକୁ ଘର ବୁଲି ଉତ୍ସାହିତ କରୁଛନ୍ତି, ଏପରିକି ଜିଲ୍ଲା କଲ ସେଣ୍ଟର ରୁ ମଧ୍ୟ୍ୟ ପୁନଃ ପୁନଃ ଯୋଗାଯୋଗ କରାଯାଇ ଏହି ମହାନ ଦାନ ପାଇଁ ପ୍ରବର୍ତା ଯାଉଛି ।

ଏହି ପ୍ଲାଜମ ଦାନ ସଂଗ୍ରହ ନିମନ୍ତେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ, ସ୍ୱେଛାସେବୀଙ୍କ ସ୍ୱତଃ ସମ୍ପୃକ୍ତି ପାଇଁ ପ୍ରଶାସନ ତରଫରୁ ଧନ୍ୟବାଦ ଦିଆଯାଉଛି । ବିଶେଷ ଭାବେ ପ୍ଳାଜ଼ମା ଦାନ କରିଥିବା ବ୍ୟକ୍ତି ବିଶେଷ, ସଂଗ୍ରହରେ ସମ୍ପୃକ୍ତ ଡାକ୍ତର ସମୂହ, ସ୍ୱାସ୍ଥ୍ୟ କର୍ମୀ ପ୍ରଭୁତିଙ୍କୁ ପ୍ରଶାସନ ତରଫରୁ ସାଧୁବାଦ ଦେବା ସହ ତାଙ୍କର ଏହି ମହତ ଯୋଗଦାନ ପାଇଁ ସମ୍ମାନିତ କରି ଧନ୍ୟ ହୋଇଛି ।


ଗତ ଦିନରେ ଜିଲ୍ଲାର ପ୍ଲାଜମା ଦାନ ନିମନ୍ତେ ସମ୍ମାନିତ କରାଯାଇଥିବାବେଳେ ଆଜି ସ୍ଥାନୀୟ ଆଇ ଟି ଡି ଏ ସମ୍ମିଳନୀ ଗୃହ ରେ ଜିଲ୍ଲା ପ୍ରଶାସନ ରୋଟାରୀ କ୍ଲବ, ଲାୟନ କ୍ଲୁବ, ଚେମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ରାଉରକେଲା ତରଫରୁ ଏହି ମହାନ ଦାନ ନିମନ୍ତେ ସମ୍ମାନିତ କରାଯାଇ ଉତ୍ସାହିତ କରାଯାଇଛି ।

ଆଜିର ଏହି ଅବସରରେ ମାନ୍ୟବର ବିଧାୟକ ରାଉରକେଲା ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଆଇଜିଏଚ ନିର୍ଦେଶକ ବି. କେ. ହୋତା, ପ୍ରେସିଡେଣ୍ଟ ଚେମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ରାଉରକେଲା ପ୍ରବୀଣ ଗର୍ଗ, ଓ ଏସଏପି କମାଣ୍ଡାଣ୍ଟ ପି. କେ. ମିଶ୍ର, ପ୍ରମୁଖଙ୍କ ସହ ବିଶେଷ କର୍ମକର୍ତା ପ୍ରମୁଖ ଉପସ୍ଥିତ ରହି ପ୍ଳାଜ଼ମା ଦାତା ଉତ୍ସାହିତ କରିବାସହ ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ସଂଗ୍ରହ ନିମେନ୍ତ ଗୁରୁତ୍ୱାରୋପ କରିଛନ୍ତି ।

Leave A Reply

Your email address will not be published.