pakka

ମିଳିତ ମଞ୍ଚ ଡାକରାରେ ୧୭ରୁ ଜିଲ୍ଲାପାଳ ଅଫିସ ଆଗରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜମାକାରୀ ଗଣଧାରଣାରେ ବଲାଙ୍ଗିର ଜିଲ୍ଲା ସାମିଲ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ ଡାକରାରେ ଜାନୁୟାରୀ ୧୭ ତାରିଖରୁ ଆରମ୍ଭ ହେଉଥିବା ଜମାକାରୀ ଗଣଧାରଣାରେ ବଲାଙ୍ଗିର ଜିଲ୍ଲାର ଚିଟ୍‌ ଫଣ୍ଡ ଜମାକାରୀମାନେ ଜମା ରାଶି ଫେରସ୍ତ ଓ ଜମାକାରୀ ଚିହ୍ନଟ ଦାବୀରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣଧାରଣରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ବରଗଡ ଜିଲ୍ଲାର ଜମାକାରୀମାନେ ମଧ୍ୟ ବରଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ଜାନୁଆରୀ ୧୭ରେ ଗଣଧାରଣରେ ବସିବାକୁ ନିଷ୍ପତ୍ତି ନେଇଥିଲେ । ଜମାକାରୀମାନେ ଦୀର୍ଘ ଆଠ ବର୍ଷ ହେଲା ତାଙ୍କ ପଇସା ଫେରସ୍ତ ପାଇଁ ଲଢୁଥିଲେ ମଧ୍ୟ ସରକାର ମିଥ୍ୟା ପ୍ରତିଶୃତି ଦେଇ ଠକି ଚାଲିଛନ୍ତି ତେଣୁ ଜମାକାରୀମାନେ ଏବେ ଲଢେଇର କୌଶଳକୁ ବଦଳାଇବାକୁ ମନସ୍ତ କରି ଅନିର୍ଦ୍ଦିଷ୍ଟ କାଳ ଗଣଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି । ସେହି କାର୍ଯ୍ୟକ୍ରମକୁ ଆଉ ପାଦେ ଆଗେଇ ନେବାକୁ ଆଜି ବଲାଙ୍ଗିର ସ୍ଥିତ ଯାଦବ ଭବନରେ ୧୪ଟି ବ୍ଲକର ଜମାକାରୀମାନେ ଏକାଠି ହୋଇ ଗଣଧାରଣାକୁ ସଫଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଣୁ ବଲାଙ୍ଗିର ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ମଂଚର ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ, ଯୁଗ୍ମ ଆବାହିକ ଅନୁରାଧା ସୁବୁଦ୍ଧି ଅଂଶଗ୍ରହଣ କରି ଜମାକାରୀ ଗଣଧାରଣାରେ ସମସ୍ତ ଜମାକାରୀ ଯୋଗଦାନ କରିବାକୁ ନିବେଦନ କରିଛନ୍ତି । ଶେଷରେ ବଲାଙ୍ଗିର ଜିଲ୍ଲା ସଂଯୋଜକ ଲଳିତ ଦୀପ ସମସ୍ତଙ୍କ ସହଯୋଗ କାମନା ପାଇଁ ଅନୁରୋଧ କରିଥିଲେ ଓ ସୁରଥ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

20 − 14 =

error: Content is protected !!