jsm

କଦମପଡା ଶିଶୁ ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଦମପଡାଠାରେ ଜାତୀୟ ଗଣିତ ଦିବସ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତିର ବୈଦିକ ଗଣିତ ସହସଂଯୋଜକ ପ୍ରଶନ୍ନ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ରାମାନୁଜଙ୍କ ଜୀବନୀ, ଚରିତ୍ରକୁ ଆଧାର କରି ବିଦ୍ୟା ପ୍ରତି ଜିଜ୍ଞାଷୁ ମନୋଭାବ ଓ ପ୍ରୟୋଗକୁ ଶିଶୁଙ୍କ ମନରେ ରହିଲେ ଆମେ ଗଣିତଜ୍ଞ ଓ ବୈଜ୍ଞାନିକ ହୋଇପାରିବା ବୋଲି ବକ୍ତବ୍ୟ ରଖିଥିଲେ । ଶିକ୍ଷାବିତ୍‌ ସନାତନ ଠାକୁର, ଜଗଦାନନ୍ଦ ଛୁରିଆ, ସୁରେନ୍ଦ୍ର ତ୍ରିପାଠି ମଞ୍ଚାସୀନ ଥିଲେ । ଜିତେନ୍ଦ୍ରୀୟ ପଣ୍ଡା, ସୁରେଶ ଷଡଙ୍ଗି, ସତ୍ୟାନନ୍ଦ ଷଡଙ୍ଗି ଉପସ୍ଥିତ ଥିଲେ । ଧନ୍ୟବାଦ ଦେଇଥିଲେ ଆଚାର୍ଯ୍ୟ ଜୟନାରାୟଣ ଚାନ୍ଦ । ଶିଶୁ ସଂଯୋଜକ ଭାବେ ଦାୟିତ୍ୱ ତୁଳାଇଥିଲେ ବନାଗ୍ନି ମିଶ୍ର, ପ୍ରିୟଙ୍କା ମହାପାତ୍ର । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଖୁସବୁ ପଟେଲ, ରାଜଶ୍ରୀ ସାଏ, ପ୍ରତିକ୍ଷା ସାହୁ, ଅମିଶା ବହିଦାର, ସଂଶିତା ପ୍ରିୟଦର୍ଶିନି ସାହୁ, ସ୍ୱେତାଶ୍ରୀ ମିଶ୍ର, ଇପ୍‌ସିତା ପାତ୍ର, ଭାଗ୍ୟଶ୍ରୀ ମହାପାତ୍ର, କ୍ରିଷ୍ଣା ଠାକୁର, ଶୁଭଶ୍ରୀ କଲେତ, ରେଶ୍ମା ମେହେର, ଆଦ୍ୟାସା ବିଶ୍ୱାଲ, ସମୀକ୍ଷା ବେଦବାକ, ସ୍ମରଣିକା ଦାନି, ତାନ୍ୟା ସାହୁ, ରିତିକ ବେହେରା, ଅନ୍ୱେଷା ତ୍ରିପାଠି, ସ୍ମୃତି ପ୍ରଜ୍ଞା ବାରିକ, ଲୋପାମୁଦ୍ରା ମିଶ୍ର, ରୁପାଲି ପଧାନ, ହଂସିରାଣୀ ମେହେର, ବନଜା ମିଶ୍ର, ସୋଭାନି ନାଏକ, ଶୁଭେନ୍ଦୁ ନାଏକ, ଦେବାଶିଷ ମିଶ୍ର, ସୌମ୍ୟାଶ୍ରୀ ସୁବୁଦ୍ଧି, ଶ୍ରୀୟା ସା, ଦେବକାନ୍ତ ପଲତା, ଅଖିଳେଶ ପଣ୍ଡା, ତୃପ୍ତିମୟୀ ହୋତା, ସ୍ନେହାଶ୍ରୀ ତ୍ରିପାଠି, ଆଦିତ୍ୟ ପାଢୀ, ଅନିକେତ ଦାଶ, ଅପର୍ଣ୍ଣା ସାଏ, ଦୈବିକ ଦର୍ଶନ ସାହୁ, ଶ୍ରୀମନ୍ତ ମଟାରି, ଶ୍ରୀଜିତ ସାହୁ, ଶ୍ରଦ୍ଧା ବିଶ୍ୱାଲ, ଦେବସ୍ମିତା ମିଶ୍ର, ଅସ୍ମି ମଲିସା ଗୁରୁ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଜଗତ ବିହାରି ପଟେଲ ଓ ବିଦ୍ୟାଳୟର ସମସ୍ତ ଗୁରୁଜି, ଗୁରୁମା, ସେବକ, ସେବିକା ।

yuvodaya
Leave A Reply

Your email address will not be published.