pakka

ବଲାଙ୍ଗିର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଖାଉଟି ସଚେତନତା କାର୍ଯ୍ୟକ୍ରମ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାହାକ ସଚେତନତା ପକ୍ଷ ପାଳନ ଅବସରରେ ଅଖିଳ ଭାରତୀ ଗ୍ରାହକ ପଂଚାୟତ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗିର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରି ଭାରତୀ ନନ୍ଦ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଆରମ୍ଭ କରି ସଚେତନତା କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରି ମହିଳାମାନେ ଖାଉଟି ରୂପେ ଘରେ ବାହାରେ ସମସ୍ତ ଦୈନନ୍ଦିନ କାମ କରୁଥିବା ଯୋଗୁଁ ସମସ୍ତଙ୍କୁ ସଚେତନତା ଆବଶ୍ୟକ ବୋଲି କହିଥିଲେ । ପ୍ରଧ୍ୟାପକ ତଥା ଗ୍ରାହକ ପଂଚାୟତର କାର୍ଯ୍ୟକାରୀ ସଦସ୍ୟ ଜୟଚନ୍ଦ୍ର ସାହୁ କହିଥିଲେ ଯେ, ଦେଶରେ ସରକାର ଖାଉଟିମାନଙ୍କ ପାଇଁ ରଖିଥିବା ବ୍ୟବସ୍ଥା, ଆଇନ ଓ ଏହାର ଉତ୍ପତ୍ତି ସଂପର୍କରେ ପରିଶେଷ ତଥ୍ୟ ପ୍ରଦାନ କରି ଏହି ଖାଉଟି ଆଇନ ଉପଯୋଗ ଉପରେ ବିସ୍ତିର୍ଣ୍ଣ ଭାବରେ କହିଥିଲେ । ପଂଚାୟତର ସହ ସଂପାଦିକା ମାଳତି ଉଦ୍‌ଗାତା ଝିଅମାନଙ୍କୁ ତାଙ୍କ ଦୈନନ୍ଦିନ ଜୀବନରେ ସଚେତନତାର କିପରି ଆବଶ୍ୟକତା ରହିଛି ତାହା କହିବା ସଙ୍ଗେ ସଙ୍ଗେ ଆଖି ବନ୍ଦ କରି କୌଣସି କିଣାକିଣି ନ କରି ଦେଖି ପରଖିô ସମସ୍ତ ଦ୍ରବ୍ୟ ନେବାକୁ କହିଥିଲେ । ରାଜ୍ୟ ପ୍ରଚାର ପ୍ରସାର ପ୍ରମୁଖ ଇଂ କିଶୋର ମୋହନ ମିଶ୍ର ପଂଚାୟତର କାର୍ଯ୍ୟପ୍ରଣାଳୀ ସଂପର୍କରେ ସୂଚନା ଦେଇ ଆମେ କିପରି ବିଭିନ୍ନ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିପାରିବା ତାହା କହିବା ସହିତ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯେପରି ଗ୍ୟାସ ସିଲିଣ୍ଡରର ଜୀବନକାଳ ଦେଖି ପରଖି ନେବା ସଙ୍ଗେ ସଙ୍ଗେ ଆମେ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡର ନେଲା ବେଳେ ଆମକୁ ମିଳୁଥିବା କେସ୍‌ ରସିଦରେ ଯେତେ ଲେଖା ଅଛି ଖାଉଟିମାନେ ସେତିକି ଦେବା ଆବଶ୍ୟକ କାରଣ ଏଥିରେ ଘରେ ପହଞ୍ଚାଇବା ମଧ୍ୟ ସମ୍ମଳିତ ଅଛି । ତେଣୁ ଘରକୁ ପହଞ୍ଚାଇବା ନାମରେ ଅଧିକ ନ ଦେବାକୁ କହିଥିଲେ । ସ୍କୁଲର ଶିକ୍ଷୟତ୍ରୀ ସୁଷମା ଉଦ୍‌ଗାତା ତାଙ୍କର ବକ୍ତବ୍ୟରେ ଗ୍ରାହକ ବିଷୟରେ ସଚେତନତା ଏକ ଉପାଦୟ ବିଷୟ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବହୁତ କିଛି ଜାଣିବାକୁ ମିଳୁଛି । ଏପରି କାର୍ଯ୍ୟକ୍ରମ ଆହୁରି ଅଧିକ ଛାତ୍ରୀଙ୍କୁ ନେଇ କଲେ ଭଲ ହେବ ବୋଲି କହିଥିଲେ । ଅଖିଳ ଭାରତୀୟ ଗ୍ରାହକ ପଂଚାୟତର ସଭାପତି ଗୋପବନ୍ଧୁ ଶତପଥିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ଶେଷରେ ପଂଚାୟତର କାର୍ଯ୍ୟକାରୀ ସଦସ୍ୟା ରଂଜିତା ମିଶ୍ର ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ମଝିରେ ପ୍ରିମିୟମ ବନ୍ଦ କରିଦେଇଥିବା ବୀମା, ଗ୍ୟାସ ସିଲିଣ୍ଡର ଦୁର୍ଘଟଣା, ବ୍ୟାଙ୍କ ଜମାଖାତାର ଏଟିଏମ୍‌ ଇତ୍ୟାଦି ବୀମା ଅନ୍ତର୍ଭୂକ୍ତ । ସେ କିପରି ଗ୍ରାହକ ପଂଚାୟତରେ ଯୋଗଦାନ ପରେ ଏ ସବୁରୁ ଆର୍ଥିକ ସୁବିଧା ପାଇଲେ ତାହା କହିଥିଲେ । ଏହି ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀମାନଙ୍କ ସହ ଶିକ୍ଷୟତ୍ରୀମାନେ ଏଥିରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

one × two =