pakka

ତୁଷୁରା ପୋଲିସ ଦ୍ୱାରା ୩ ଗଂଜେଇ ଚୋରା ଚାଲାଣକାରୀ ଗିରଫ୍‌ : ଗାଡ଼ି ସହ ୨୧ କେଜି ଗଂଜେଇ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରା ପୋଲିସ ଦ୍ୱାରା ୩ ଜଣ ଗଂଜେଇ ଚୋରା ଚାଲାଣକାରୀ ଗିରଫ୍‌ ହୋଇଥିବା ବେଳେ ବାଇକ୍‌ ସହ ୨୧ କେଜି ଗଂଜେଇ ଜବତ୍‌ ହୋଇଥିବା ଜଣାପଡ଼ିଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ତୋଫାନ ବାଗ । ସୂଚନା ଅନୁସାରେ ଆଜି ସକାଳୁ ତୁଷୁରା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ତେଲନଦୀ ବ୍ରିଜ୍‌ ନିକଟରେ ଏକ ପେସନ୍‌ ପ୍ରୋ ବାଇକ୍‌ (ନଂ.ଓଡ଼ି ୦୩ ସି ୪୭୫୯)କୁ ପୋଲିସ କାବୁ କରିଥିବା ବେଳେ ୩ ବାଇକ୍‌ ଆରୋହୀଙ୍କ ଠାରୁ ୨୨ ପ୍ୟାକେଟ୍‌ (୨୧ କେଜି) ଗଂଜେଇ ଜବତ କରିଥିଲା । ବଲାଙ୍ଗିର ଠିକାଦାରପଡ଼ାର ଦଶରଥ ବାଗ(୪୦), ସଇଁନ୍ତଲାର ଜଲିଆ ନିବାସୀ ଜ୍ୟୋତିର୍ମୟ ହରିପାଲ(୩୬) ଏବଂ ସିକନ୍ଦରାବାଦ ନିବାସୀ ସିରାଜ ଖାନ(୨୫) ଏହି ମାମଲାରେ ଗିରଫ୍‌ ହୋଇଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.

9 − 5 =