pakka

ପାଇକମାଲ ବ୍ଲକରେ ସଙ୍ଗୀତ ବିଦ୍ୟାଳୟ ପାଇଁ ଦାବୀପତ୍ର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ତଥା ମାଣ୍ଡୋସିଲ ଉପାୟ ସାଂସ୍କୃତିକ ଅନୁଷ୍ଠାନ ସାଧାରଣ ସମ୍ପାଦକ ଲଲିତ ଜଗତ ଦିଲ୍ଲୀକୁ ଯାଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରି ପାଇକମାଲ ଅଞ୍ଚଳରେ ଜରୁରୀ ହେଉଥିବା ଏକ ସଙ୍ଗୀତ ବିଦ୍ୟାଳୟ ସ୍ଥାପନା କରିବା ପାଇଁ ଦାବୀପତ୍ର ଦେଇଥିଲେ । ପାଇକମାଲରେ ସବୁ ପ୍ରକାରର ବିଦ୍ୟାଳୟ ଅଛି କିନ୍ତୁ ସଙ୍ଗୀତ ବିଦ୍ୟାଳୟଟିଏ ନାହିଁ । ଯାହାକି କଳା ପ୍ରତି ରୁଚି ରଖିଥିବା ସମସ୍ତ କୁନିକୁନି କଳାକାରମାନେ ଠିକ୍ ଭାବେ ଗୀତ, ନାଚ, ଅଭିନୟ ଓ ସଙ୍ଗୀତ କଳାର ଶିକ୍ଷା ପାଇପାରୁ ନାହାନ୍ତି । ଯଦି ଏ ଅଞ୍ଚଳରେ ଗୋଟିଏ ସଙ୍ଗୀତ ବିଦ୍ୟାଳୟ ହେବ ତା’ହେଲେ ସମସ୍ତ କଳାକାର ଜନତା ଉପକୃତ ହେବେ । ଏହି ଅବସରରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଓ ରାଜ୍ୟ କଳା ଓ ଗବେଷଣା ପ୍ରଶିକ୍ଷଣ ପରିଷଦ ବରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ନବୀନ କିଶୋର ତାଣ୍ଡି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × 4 =