pakka

ଡ୍ରେନ ଦାବୀରେ ପଡାବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମ୍ୟୁନିସିପାଲିଟି ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ସ୍ମୃତି ନଗର ଅଞ୍ଚଳରେ ଡ୍ରେନ ନଥିବାରୁ ପଡାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣି ନିସ୍କାସନ ପାଇଁ କୌଣସି ସୁବିଧା ନଥିବାରୁ ବର୍ଷ ବର୍ଷ ଧରି ଘରର ବ୍ୟବହୃତ ଅପରିଷ୍କାର ପାଣି ରାସ୍ତାରେ ପ୍ରବାହିତ ହେଉଥିବାରୁ ଏକ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏଥିନିମନ୍ତେ ପଡାବାସୀ ବାରମ୍ବାର ପୌରପରିଷଦ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ବି କୌଣସି ଫଳ ମିଳିନଥିବାରୁ ଆଜି ଜିଲ୍ଲାପାଳ ଓ ପୌରପରିଷଦର ଏକ୍‌ଜିିକ୍ୟୁଟିଭ ଅଫିସରଙ୍କ ଦ୍ବାରସ୍ଥ ହୋଇ ଯଥାଶୀଘ୍ର ଡ୍ରେନ ନିର୍ମାଣ ପାଇଁ ଦାବୀ ଜଣାଇଥିଲେ । ଉଭୟ ଜିଲ୍ଲାପାଳ ଓ ପୌରପରିଷଦର ଏକ୍‌ଜିକ୍ୟୁଟିଭ ଅଫିସର ଦାବୀପତ୍ର ଗ୍ରହଣ କରିଥିଲେ ଓ ଅତି ଶୀଘ୍ର କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏକ ମାସ ଭିତରେ ଡ୍ରେନ କାର୍ଯ୍ୟ ଆରମ୍ଭ ନହେଲେ ପଡାବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବାକୁ କହିଥିଲେ । ଏହି ବିକ୍ଷୋଭରେ ସମାଜସେବୀ ପ୍ରୀତମ ସିଂଙ୍କ ସହ ପଡ଼ାର ଅଧିବାସୀ ଦେବକୀ ମେହେର, ବିରଞ୍ଚି ପ୍ରଧାନ, ସୁଶାନ୍ତ ପ୍ରଧାନ, ବିକାଶ ଶର୍ମା, ରସ୍ମିତା ସାହୁ, ବିମଳା ମାଝୀ, ସତ୍ୟ ଜିତ ତ୍ରିପାଠୀ, ମାଳତୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

jay balangir
Leave A Reply

Your email address will not be published.

three × 1 =

error: Content is protected !!