ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସାହିତ୍ୟ ଖଟି ତରଫରୁ ଇସ୍ପାତ ମାର୍କେଟଠାରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଆବାହକ କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ସୁମନ ଦତ୍ତ ମୁଖ୍ୟ ଅତିଥି, ଡଃ ଅଶ୍ୱିନୀ କୁମାର ରାୟ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଇସ୍ପାତ ମାର୍କେଟ ବଣିକ କଲ୍ୟାଣ ସଂଘର ସାଧାରଣ ସଂପାଦକ ମୁରଲିଧର ମିଶ୍ର ଓ ପ୍ରାକ୍ତନ ସଭାପତି ହରିହର ସାହୁ ପ୍ରମୁଖ ଯୋଗଦେଇ ପଲ୍ଲୀକବିଙ୍କ ଜୀବନୀ ଓ ସାରସ୍ୱତ ସାଧନା ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଡଃ ରାୟ କବିଙ୍କ ସଂପର୍କରେ ଆଲୋଚନା କରି କହିଲେ ଯେ, ତାଙ୍କ ସାହିତ୍ୟ କୃତିରେ ଉପନ୍ୟାସ କନକଲତା, ନାଟକ ମୋଗଲ ମହାନାୟକ ଓ ପ୍ରଭାତ ସଂଗୀତ, ନିର୍ଝରଣୀ, ବସନ୍ତ କୋକିଳ, ତରଙ୍ଗିଣୀ, ଚାରୁଚିତ୍ର, ଜନ୍ମଭୂମି, ନିର୍ମାଲ୍ୟ ପ୍ରମୁଖ ଭାଷା ସାହିତ୍ୟକୁ ରୁଦ୍ଦିମନ୍ତ କରିଥିବା ବେଳେ ବର୍ଷା ଭାବନା, ପଲ୍ଲୀସଂଧ୍ୟା ସୁନ୍ଦର ଭାବେ ଚିତ୍ରଣ ହୋଇଛି । ମା’ର କୋଳ ଓ ଗଛର ଛାଇ ଯେଭଳି ଆକର୍ଷିତ କରେ କବିଙ୍କ ସାହିତ୍ୟ ସେପରି ପାଠକଙ୍କୁ ଆକର୍ଷିତ କରିଥାଏ । ସେଥିରେ କାବ୍ୟ ଜଗତର ଚିତ୍ରକର । ମୁଖ୍ୟ ଅତିଥି ଡଃ ଦତ୍ତ ପଲ୍ଲୀକବିଙ୍କୁ ଗ୍ରାମ୍ୟ ଓ ପ୍ରକୃତିପ୍ରାଣ ତଥା ପଲ୍ଲୀଚିତ୍ର ବିଶୁଦ୍ଧ ଚିତ୍ରଣର ସାହିତ୍ୟ ସାଧକ ରୂପେ ଅବହିତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ମିଶ୍ର ଓ ଶ୍ରୀ ସାହୁ କବିଙ୍କ ଜୀବନୀ ଓ ସାରସ୍ୱତ ସାଧନା ଉପରେ ବକ୍ତବ୍ୟ ରଖି ସାମ୍ପ୍ରତିକ ସ୍ଥିତିରେ ତାହାର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ମାର୍କେଟ କମିଟି ତରଫରୁ ଡଃ ଦତ୍ତ ସମାଜସେବା ଓ ସାହିତ୍ୟ କ୍ଷେତ୍ରରେ ଡକ୍ଟରେଟ ଉପାଧି ପାଇଥିବା ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁ ଶରତଚନ୍ଦ୍ର ପଣ୍ଡା ‘ରେ ଆତ୍ମନ ନିଦ୍ରା ପରିହାରୀ’ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ପଣ୍ଡା, ବାବୁଲା ସିଂହ, ହିମାଂଶୁ ଶେଖର ପରିଡା, ରାଜୁ ନାୟକ, ରାଜୀବ ଚୌଧୁରୀ, ମୀନାକ୍ଷୀ ରାୟ, ଦେବେନ୍ଦ୍ର କୁମାର ଆନନ୍ଦ, ଦୁର୍ଗା ସାହୁ, ପ୍ରତାପ ପାଣିଗ୍ରାହୀ, ମୁକେଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

eighteen − 10 =