csstore

ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଳା ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଳା ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଗଠନ ଜିଲ୍ଳା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ଉପ ସଭାପତି ରୋହିତ କହଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରରେ ଜିଲ୍ଲାର ତିନୋଟି ବ୍ଲକରୁ ସ୍ୱେଚ୍ଛାକୃତ ରକ୍ତଦାତା ଯୋଗ ଦେଇଥିଲେ । ଶିବିରରେ ସର୍ବମୋଟ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ସଂଗଠନର ମୁଖ୍ୟ ଉପଦେଷ୍ଟା ଶମ୍ଭୁନାଥ ମହାନନ୍ଦିଆ, ବରିଷ୍ଠ ସମାଜସେବୀ ସୁଜନ ବେହେରା, ଅନାଦି ବାଦି, ଜିଲ୍ଲା ଉପ ସଭାପତି ମକରଧ୍ଵଜ ମହାନନ୍ଦିଆ, ସହକାରୀ କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି, ସଂଗଠନ ସଂପାଦକ ଦେବଦତ୍ତ ସାଗର, ବ୍ଲକ୍ ସଂଯୋଜକ ଉଗ୍ରସେନ ହାତୀ, ପଂଚାୟତ ସଭାପତି ଚିତ୍ରସେନ ବେହେରା, ବରିଷ୍ଠ ସମାଜସେବୀ କ୍ଷେତ୍ର ମୋହନ ମହାନନ୍ଦ, ରାଜେନ୍ଦ୍ର ବାଘ, ଶଙ୍କର୍ଷଣ କହଁର, ମହାଦେବ କଲତା, ପଙ୍କଜ ବେହେରା, ଚିତ୍ତ ରଂଜନ ବେହେରା, ବାମନ ବେହେରା, ମାର୍କଣ୍ଡ କଲତା, ଅମୂଲ ବେହେରା, ପ୍ରବେଶ କୁମ୍ଭାର, ଶ୍ରୀଧର କୁମ୍ଭାର, ଶଣ୍ଢେଶ୍ୱର ଜଗଦଲା ପ୍ରମୁଖ ଯୋଗଦେଇ ରକ୍ତଦାନ କରିବା ସହିତ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.