oom

ସ୍ପଷ୍ଟ ଦିବାଲୋକରେ ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ୱଷ୍ଟ ଦିବାଲୋକରେ ଡ଼ିକି ଭାଙ୍ଗି ଲୁଟି ନେଲେ ୧ ଲକ୍ଷ ଟଙ୍କା । ଏମିତି ଏକ ଲୁଟ ଘଟଣା ଘଟିଛି ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ଼ ଠାରେ । ଲୁଟର ଶିକାର ହୋଇଛନ୍ତି ପୁଇଁନ୍ତଲା ଥାନା ଅନ୍ତର୍ଗତ ଉମରିଆ ଗାଁର ପରମାନନ୍ଦ ପୁଟେଲ । ସୂଚନା ଅନୁଯାୟୀ ପରମାନନ୍ଦ ଓ ତାଙ୍କ ବାପା ଲୋଇସିଂହା ବ୍ୟାଙ୍କରୁ ୮୦ ହଜାର ଟଙ୍କା ଉଠାଇ ତାଙ୍କ ପାଖରେ ଥିବା ୨୦ ହଜାର ଟଙ୍କା ସହ ଡିକିରେ ଏକ ଲକ୍ଷ ଟଙ୍କା ନେଇ ଘରକୁ ଫେରିବା ସମୟରେ ଫାସଡ଼ ଗ୍ରାମ ସ୍ଥିତ ଏକ ଦୋକାନରୁ କିଛି ସମାନ କିଣିବା ପାଇଁ ଅଟକିଥିଲେ । ଠିକ୍‌ ଏହି ସମୟରେ ଏକ ବାଇକ୍‌ ଯୋଗେ ଦୁଇ ଜଣ ଯୁବକ ଆସି ଆଖି ପିଛୁଳାକେ ଗାଡି ଡ଼ିକି ଭାଙ୍ଗି ୧ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏନେଇ ସଦାନନ୍ଦ ଲୋଇସିଂହା ଥାନାରେ ଏତଲା ଦେଇଛନ୍ତି । ଏତଲା ଅନୁସାରେ ଲୋଇସିଂହା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଜରିଆରେ ଘଟଣାର ତଦନ୍ତ ଜାରି ରଖିଛି ।

jittmm
Leave A Reply

Your email address will not be published.