pakka

ବସୁଧୈବ କୁଟୁମ୍ବକମ୍‌ ତରଫରୁ କମ୍ବଳ ବଣ୍ଟନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ତରଫରୁ ବାଗବୁଡି ବସ୍ତିଠାରେ କମ୍ବଳ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭପତିତ୍ୱ, ସାଧାରଣ ସଂପାଦକ ହରିହର ଶତପଥୀଙ୍କ ଆବାହକତ୍ବ ଓ ଅନିଲ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଚରଣ ଓ ଉଚ୍ଚାରଣର ଅପୂର୍ବ ସମନ୍ବୟ ରଖିଥିବା ଅନୁଷ୍ଠାନର କାର୍ୟ୍ୟକ୍ରମକୁ ପ୍ରଶଂସା କରିବା ସହ ବାଗବୁଡି ବସ୍ତିର ଶତାଧିକ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଅତିଥିମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଜିତ ମୋହନ ପୂଜାରୀ, ସୁବାସ ମହାପାତ୍ର, ବିଶ୍ବନାଥ ବେହେରା, ପି.କେ.ରାୟ, ଏଏସ୍‌ଆଇ ମହେନ୍ଦ୍ର କୁମାର ସାହୁ, ବାଗବୁଡି ବସ୍ତିର ମୁଖିଆ ଗୁରୁଆ ମୁଣ୍ଡାରୀ, ରେବତୀ ବଲ୍ଲଭ ବେହେରା, ବିବେକାନନ୍ଦ ଦାସ ପ୍ରମୁଖ ଅନୁଷ୍ଠାନର ମାନବୀୟ ମୂଲ୍ୟବୋଧ, ଶ୍ରଦ୍ଧା, ପ୍ରେମ, ସମ୍ବେଦନଶୀଳ, ସହଭାଗିତା ଉପରେ ଆଲୋଚନା କରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜୀବ ପାଣି, ସୁଶାନ୍ତ ନାୟକ, ଏନ୍‌ସି ତ୍ରିପାଠୀ, ଶଙ୍କର ପ୍ରସାଦ ତ୍ରିପାଠୀ, ବିଭୁତି ଭୂଷଣ ଦାସ, ଭବେଶ କୁମାର ସାହୁ, ଚନ୍ଦ୍ରକାନ୍ତ ରାୟ, ସୌମ୍ୟା ରାୟ, ବୃନ୍ଦାବନ ପାଢୀ, ଆଶାଲତା ଦାସ, ଆଶୁତୋଷ ଦାସ, ସୂର୍ଯ୍ୟନାରାୟଣ ପଣ୍ଡା, ଦୀନବନ୍ଧୁ ମହାନ୍ତି, ଡଃ ପିସି ମହାପାତ୍ର, ପ୍ରତିମା ମହାପାତ୍ର, ଶରତ ମହାନ୍ତି, ବସନ୍ତ ପାଠୀ, ଗିରିଜା ପାଢୀ, ରମେଶ ଚନ୍ଦ୍ର ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଂଯୋଜକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

five × four =