pakka

ପି.ପି. ଏକାଡେମୀର ପ୍ରତିଷ୍ଠାତା ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କର ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପି.ପି.ଏକାଡେମୀ ବଲାଙ୍ଗିର ପରିସର ମଧ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେର ଯୋଗ ଦେଇ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ, ବରିଷ୍ଠ ଶିକ୍ଷକ ସୁନିଲ କୁମାର ବେହେରା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ତଥା ଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ । ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କ ପୁତ୍ର ସନ୍ତୋଷ ପଣ୍ଡା ଉକ୍ତ ପ୍ରତିମୂର୍ତ୍ତିକୁ ପ୍ରଦାନ କରିଥିଲେ । ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କ ଜୀବନୀ ଉପରେ ସମସ୍ତେ ଆଲୋକପାତ କରିଥିଲେ । ଏହି ସଭାରେ ସନ୍ତୋଷ ପଣ୍ଡା ଓ ତାଙ୍କ ସହଧର୍ମିଣୀ ପଙ୍କଜିନୀ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରମାନେ ଯୋଗ ଦେଇଥିଲେ । ଶେଷରେ ଶିକ୍ଷୟିତ୍ରୀ ଝୁନୁଲତା ସାବତ ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

fourteen − thirteen =