csstore

ଖରିଦପିପଳ ଗ୍ରାମ ପଞ୍ଚାୟତରେ ପୁଷ୍ଟି ମହୋତ୍ସବ

ଭୋଗରାଇ, (ଶିବନାରାୟଣ ପାତ୍ର) : ଓଡ଼ିଶା ଜୀବିକା ମିସନ ଓ ମିଶନ ଶକ୍ତି ବିଭାଗ ତରଫରୁ ଖରିଦପିପଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପୁଷ୍ଟି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ତଥା ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଛାତ୍ର ସଂସଦର ସଭାପତି ମୁରଲୀମୋହନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା ଉତ୍ସବକୁ ଦ୍ୱୀପ ପ୍ରଜ୍ଜଳନ କରି ଉଦ୍‌ଘାଟନ କରିବା ସହ ଉପକାରୀ ବଗିଚାର ମାଆମାନଙ୍କର ଅଗ୍ରଣୀ ଭୂମିକା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର ପଟ୍ଟନାୟକ, ସମ୍ମାନିତ ବକ୍ତା ଭାବେ ଉପାଧ୍ୟକ୍ଷ ଦୀପକ ଦାସ, ସମ୍ମାନିତ ଅତିଥି ଭାବେ ବିପିଏମ ପ୍ରଦୀପ କୁମାର ପରିଡ଼ା, ଜୀବିକା ମିଶନ ଗୋଷ୍ଠୀ ସଂଯୋଜକ ମୃତ୍ୟୁଞ୍ଜୟ ପାଳ, ଏଲଏସପି ଅମରେଶ ପରିଡା, ଦୀନେଶ ଭଞ୍ଜ, ସରପଞ୍ଚ ଦିବ୍ୟେନ୍ଦୁ ବିକାଶ ପାତ୍ର, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ବେହେରା, ଅବସରପ୍ରାପ୍ତ ସ୍ଥଳ ସେନାଧିକାରୀ ତୁଷାରକାନ୍ତି ପାଣିଗ୍ରାହୀ, ଖରିଦପିପଳ ସେବା ସମବାୟ ସମିତିର ପ୍ରାକ୍ତନ ସଭାପତି ଆଶୁତୋଷ ମହାନ୍ତି, ସାମ୍ବାଦିକ ଶିବନାରାୟଣ ପାତ୍ର, ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଶାଖା ପରିଚାଳକ ସୁମନ୍ତ ବେହେରା, ଏମ୍‌ବିକେ କଳ୍ପନା ମହାନ୍ତି ପ୍ରମୁଖ ଯୋଗଦେଇ ଜୈବିକ ସାରର ଉପାଦେୟତା ସାଙ୍ଗକୁ ଉତ୍ତମ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁଷ୍ଟି ମହୋତ୍ସବର ଗୁରୁତ୍ୱ ଉପରେ ଭିନ୍ନ ଭିନ୍ନ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖରିଦପିପଳ ଗ୍ରାମ ପଞ୍ଚାୟତ ଆଞ୍ଚଳିକ ନାରୀ ସଂଘର ସଭାପତି ସୁଷମା ଦାସ, ସଂପାଦିକା ସମିତା ଦାସ, ପ୍ରାଣୀମିତ୍ର ପୁଷ୍ପପ୍ରିୟା ତ୍ରିପାଠୀ, କୃଷିମିତ୍ର ରବିନ୍ଦ୍ର ଦେ, ବିମଳ ଚନ୍ଦ୍ର ଜେନା, ସଞ୍ଜୁରାଣୀ ପାଳ ଯୋଗ ଦେଇ ମୋ ଉପକାରୀ ବଗିଚାର ଜୈବିକ ସାର ପ୍ରୟୋଗରେ ହୋଇଥିବା ବିଭିନ୍ନ ପନିପରିବା ପ୍ରଦର୍ଶନ କରିଥିଲେ । ସିଆର୍‌ପି ଅମିତା ଜେନା, ଶାନ୍ତିଲତା ସାହୁ, ନିଳିମା ପଣ୍ଡା, କଳ୍ପନା ଦାସ, ଗୌରିରାଣୀ ପାତ୍ର, ଜୟନ୍ତି ନାୟକ, ଶାନ୍ତିଲତା ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପଣ୍ଡିତ ରାଜେନ୍ଦ୍ର ପଣ୍ଡା ବେଦପାଠ କରିଥିଲେ । ଶେଷରେ ନାରୀସଂଘର ସଂପାଦିକା ସମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.