csstore

ସମ୍ବଲପୁର କେନ୍ଦୁପତ୍ର ବନଖଣ୍ଡ ତରଫରୁ ଏକ ବୈଠକ ଅନୁଷ୍ଠିତ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ଗୋଡ଼ଭଗା କେନ୍ଦୁପତ୍ର ରେଞ୍ଜ ଅଫିସ କେମ୍ପସରେ ଓଡ଼ିଶା ଅଣ ଗେଜେଟେଡ଼ ବନ ସେବା ସଂଘ, ସମ୍ବଲପୁର କେନ୍ଦୁପତ୍ର ବନଖଣ୍ଡ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜଗବନ୍ଧୁ ପାତ୍ର ଯୋଗ ଦେଇଥିବା ବେଳେ ରଞ୍ଜନ ଖମାରି, ଯଶୋବନ୍ତ ରଣବିଡା, ରୋହିତ ଧରୁଆ, ସମ୍ବାରୁ ଜାନୀ, ହାରାଧନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ସମ୍ବଲପୁର କେନ୍ଦୁପତ୍ର ବନଖଣ୍ଡର ବନପାଳ ଏବଂ ବନରକ୍ଷୀ ମାନେ ଅଂଶଗ୍ରହଣ କରିଥିଲେ । ସଭା ଆରମ୍ଭରୁ ମା’ ସମଲେଶ୍ୱରୀଙ୍କ ପାଖରେ ଦୀପ ପ୍ରଜ୍ୱଳନ କରି ସମସ୍ତେ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ସହିଦ ହୋଇଥିବା ଯବାନ ମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ ପାତ୍ର ସଂଘର ବିଭିନ୍ନ ସମସ୍ୟା ଉପରେ ନିଜ ମତ ଦେଇ ତା’ର ସମାଧାନ ଉପରେ ସଂଘର ଆଭିମୁଖ୍ୟ ନେଇ ନିଜର ମତ ରଖିବା ସାଙ୍ଗକୁ ସଙ୍ଘର ସୁଫଳ ଏବଂ ସଂଗଠନକୁ ମଜଭୁତ କରିବା ପାଇଁ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ । ମୋନାଲିସା ବାବୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.