jsm

ଟିଟିଲାଗଡ ଡିଏଭି କଲେଜରେ ଏକ ପୂର୍ଣ୍ଣାଙ୍ଗ ଆଲୁମିନି କମିଟି ଗଠନ ପାଇଁ ଟିଟିଲାଗଡ ବିକାଶ ସେନାର ଦାବୀପତ୍ର ପ୍ରଦାନ

csstore

ଟିଟିଲାଗଡ, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର ଏକ ପ୍ରମୁଖ ତଥା ପୁରାତନ ଶିକ୍ଷାନୁଷ୍ଠାନ ହେଉଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ଡିଏଭି ସ୍ଵୟଂଶାସିତ କଲେଜ । ୧୯୬୮ ମସିହାରେ ସ୍ଥାପିତ ଏହି କଲେଜ ବର୍ତ୍ତମାନ ୫୩ ବର୍ଷ ପୂରଣ କରିସାରିଛି । ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଏହି କଲେଜର ପୂର୍ବତନ ଛାତ୍ର । କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ଯାଏଁ ଏହି କଲେଜର ଏକ ପୂର୍ଣ୍ଣାଙ୍ଗ ଆଲୁମିନି କମିଟି ଗଠନ ହୋଇପାରିନାହିଁ । ତେଣୁ ଆଜି ଟିଟିଲାଗଡ ବିକାଶ ସେନା ତରଫରୁ ସ୍ଥାନୀୟ ଇରିଗେସନ ଡାକବଙ୍ଗଳାଠାରେ ପୂର୍ବ ଛାତ୍ର ଓ ବର୍ତ୍ତମାନ ଛାତ୍ରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସଭାପତି ଇଂଜିନିୟର ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଶତାଧିକ ଛାତ୍ର ରାଲି କରି ଡିଏଭି କଲେଜ ଯାଇଥିଲେ ଓ ଅଧ୍ୟକ୍ଷ ମଧୁସୁଧନ ମିଶ୍ରଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । କମିଟି ଦାବୀ କରିଥିଲା ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଲେଜର ସମସ୍ତ ବ୍ୟାଚକୁ ନେଇ ଏକ ସର୍ବସମ୍ମତ ପୂର୍ଣ୍ଣାଙ୍ଗ ଆଲୁମିନି କମିଟି ଗଠନ କରାଯାଉ ଏବଂ ଏହି ସମୟରେ ଡିଏଭି କଲେଜ ପଡିଆକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା ଏବଂ ଏହି ପଡିଆର ପୂର୍ବାବସ୍ଥା ଯଥାଶୀଘ୍ର ଫେରାଇ ଆଣିବାକୁ ଦୃଢ ପଦକ୍ଷେପ ନିଆଯାଉ ବୋଲି କମିଟି ଦାବୀ ରଖିଥିଲା ଏହି ସମୟରେ କମିଟି ଆବାହକ ହରପ୍ରତାପ ଦାସ, ହିତେଶ ମିଶ୍ର, ପ୍ରଦୀପ ସାହୁ, ମଞ୍ଜିତ ସିଂ ବାରିହା, ଶୁଭମ ସାହୁ ପ୍ରମୁଖଙ୍କ ସମେତ ବହୁ ପୂର୍ବଛାତ୍ର ଓ ଶତାଧିକ କଲେଜ ଛାତ୍ର ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.