ସର୍ଟ ସାର୍କିଟରେ ଦୋକାନରେ ଲାଗିଲା ନିଆଁ : ଅଳ୍ପେକ ବର୍ତ୍ତିଲେ ଦୋକାନୀ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡ ଗ୍ରାମ ପଞ୍ଚାୟତର ରେଙ୍ଗାଲି ଗ୍ରାମର ସାମନ୍ତ ବାଗ ନାମକ ଜଣେ ଦୋକାନୀଙ୍କ ଦୋକାନରେ ସଟସାର୍କିଟ ହୋଇ ଦୋକାନ ଜଳି ଯାଇଛି । ଦୋକାନୀ ଜଣକ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ସହିତ କିଛି ପାନ ମସଲା ସାମଗ୍ରୀ ବିକ୍ରି କରୁଥିଲେ । ବ୍ୟକ୍ତି ଜଣକ କହିବା ଅନୁସାରେ ଦୋକାନରେ ଲକ୍ଷାଧିକ ଟଙ୍କାର ସାମାନ ରଖିଥିଲେ । ସୂଚନା ଏହି ଯେ, ସାମନ୍ତ ବାଗ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ନିତ୍ୟ ବ୍ୟବହାର୍ୟ୍ୟ ଉପକରଣ ସହିତ ମସଲା ସାମଗ୍ରୀ ବିକ୍ରୟ କରୁଥିଲେ । ତାଙ୍କ ଦୋକାନରେ ହଠାତ୍ ନିଆଁ ଲାଗି ଯାଇଥିବାରୁ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ସୂଚନା ପାଇ ଧାଇଁ ଆସିଥିଲେ ଓ ପରେ ସଇଁନ୍ତଲା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗ ଆସି ଅଗ୍ନି ଲିଭାଇ ଦୋକାନୀ ଓ ଦୋକାନର ଗ୍ରାହକଂକୁ ଉଦ୍ଧାର କରିଥିଲେ । ଦୋକାନୀର କ୍ଷୟକ୍ଷତି ବହୁ ପରିମାଣରେ ହୋଇଥିବାରୁ ଓ କରୋନା ମହାମାରୀ ସମୟରେ ଏକ ବଡ଼ ଆଘାତ ହୋଇଥିବାରୁ ଉପଯୁକ୍ତ କ୍ଷତି ପୂରଣ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.