om academy

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ : ଆଜି ଚାଲିଛି ମିଳିତ କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ବନ୍ଦ

jsm

ମ.ରାମପୁର, (ହେମନ୍ତ ସାହୁ) : ଆଜି ସକାଳୁ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ମ.ରାମପୁରରେ ବାରଘଂଟିଆ ବନ୍ଦ କାର୍ଯ୍ୟକ୍ରମ ଚାଲିଛି । ଦୀର୍ଘ ବର୍ଷ ହେଲା ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ବିଭିନ୍ନ ସଂଗଠନ ଭିନ୍ନ ଭିନ୍ନ ସମୟରେ ଧାରଣା, ଦାବୀପତ୍ର, ବନ୍ଦ ପାଳନ କରିବା ସତ୍ତ୍ୱେ ଏହି ନାର୍ଯ୍ୟ ଅଧିକାରରୁ ବଂଚିତ ରହିଛନ୍ତି ଅଂଚଳବାସୀ । କଳାହାଣ୍ଡି ଜିଲ୍ଲା ମ.ରାମପୁର ରାଜସ୍ୱ ସବଡ଼ିଭିଜନ ହେବାର ସମସ୍ତ ଯୋଗ୍ୟତା ରଖୁଥିବା ବେଳେ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଇଲାକା ହୋଇଥିବାରୁ ଏବଂ ଏହି ସବୁ ଇଲାକାର ଜନସାଧାରଣଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯାଇ ବିଭିନ୍ନ ଦପ୍ତରୀ କାର୍ଯ୍ୟ ସଂପାଦନ କରିବାକୁ ବହୁ ବ୍ୟୟ ଓ ସମୟ ସାପେକ୍ଷ ହୋଇଥାଏ । ଭୌଗଳିକ ଦୃଷ୍ଟିକୋଣରୁ ମଧ୍ୟ ମ.ରାମପୁର ବ୍ଲକଟି ମଧ୍ୟବର୍ତ୍ତୀ ସ୍ଥଳ ହୋଇଥିବା କାରଣରୁ ମ.ରାମପୁର, ନର୍ଲା, କର୍ଲାମୁଣ୍ଡା ବ୍ଲକକୁ ନେଇ ଏହି ରାଜସ୍ୱ ସବଡ଼ିଭିଜନ ପାଇଁ ଦାବୀ ଚାଲୁରହିଛି । ଏହି ବନ୍ଦରେ କମିଟିର ସଭାପତି ବରିଷ୍ଠ ଆଇନଜୀବୀ ଜୟ କୁମାର ସିଂହଦେଓ ଏବଂ ସଂପାଦକ ଜତିନ କୁମାର ସାହୁ ନେତୃତ୍ୱ ନେଉଥିବା ବେଳେ ବିଭିନ୍ନ ସଂଗଠନ ସହଯୋଗ କରୁଛନ୍ତି । ବନ୍ଦ ଫଳରେ ଚାରିଛକଠାରେ (ଜାତୀୟ ରାଜପଥ ୫୯) ଅନେକ ଗାଡ଼ିମଟର ଅଟକି ରହିଥିବା ଦେଖାଯାଇଛି । ସମସ୍ତ ଦୋକାନ, ବଜାର, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ ବନ୍ଦ ରହିଛି ।

Leave A Reply

Your email address will not be published.