pakka

ମିଳୁନି ପାଣି : ପାଣି ଯୋଗାଇ ଦେବାକୁ ଏସ୍‌ଏଚ୍‌ଜି ସଂଗଠନର ଦାବୀ

bbehera

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ମୁରିବାହାଲ ଗାଁରେ ସପ୍ଲାଇ ପାଣି ସମ୍ପୂର୍ଣ୍ଣ ଭାବେ ପାଇପାରୁ ନ ଥିବାରୁ ମା’ଦୁର୍ଗା ଏସ୍ଏଚ୍‌ଜି ଗୃପର ସଭାନେତ୍ରୀ ଡୁଲେଶ୍ୱରୀ ହଂସ, ସମ୍ପାଦିକା ତେଜ ପୁଞ୍ଜି ଓ ସଦସ୍ୟାମାନେ, ମା’ ପରଦେଶେନ ଏସ୍ଏଚ୍‌ଜିର ସଭାନେତ୍ରୀ ରୁକ୍ମଣି ପୁଞ୍ଜି, ସମ୍ପାଦିକା ମଞ୍ଜୁଳା ଶବର ଓ ସଦସ୍ୟା ବୃନ୍ଦ ଏବଂ ମା’ ମହାଲକ୍ଷ୍ମୀ ଏସ୍ଏଚ୍‌ଜିର ସଭାନେତ୍ରୀ କୈକେୟୀ ଶବର, ସମ୍ପାଦିକା ଭ୍ରମରୀ ମାଝି ଓ ସଦସ୍ୟା ବୃନ୍ଦ ଦାବୀ କରିଛନ୍ତି ଯେ, ଆମ ଗାଁରୁ ଏକ କିଲୋମିଟର ଦୂରତାରେ ପାଣି ପମ୍ପ୍ ରହିଥିବାରୁ ସପ୍ଲାଇ ପାଣି ସମ୍ପୂର୍ଣ୍ଣ ଭାବରେ ଗାଁ ଲୋକେ ପାଇପାରୁ ନାହୁଁ । ତେଣୁ କରି ବହୁଧା ଜଳ ଭଣ୍ଡାର ଓଭର ଟାଙ୍କିର ସୁବିଧା କରାଗଲେ ସୂଚାରୁରୂପେ ପାଣି ସଙ୍କଟରୁ ରକ୍ଷା ପାଇ ପାରିବୁ ବୋଲି କହିଛନ୍ତି । ଏପଟେ ପାଣି ଚାଳକ ଦିବ୍ୟାଙ୍ଗ ପାଦରି ବରିହା ବାମ ହାତ ଅକର୍ମଣ୍ୟ ଓ ବଧିର ଅଟେ । ଏହି ଦିବ୍ୟାଙ୍ଗ ପାଣି ଚାଳକ ପ୍ରାୟ ପାଞ୍ଚ ବର୍ଷ ହେବ ପାଉଣା ପାଇପାରୁ ନାହିଁ । ଏହି ଦିବ୍ୟାଙ୍ଗଙ୍କ ଦରମା ଲାଗୁ କରିବା ପାଇଁ ସରପଞ୍ଚ କୁଶ ମାଝି ପାଞ୍ଚ ଶହ ଟଙ୍କା ଓ କାଗଜ ପତ୍ର ନେଇଥିବା ଅଭିଯୋଗ ହୋଇଛି । ଏଭଳି ନିରୀହ ଦିବ୍ୟାଙ୍ଗର ଗୁହାରି ଓ ଏସ୍ଏଚ୍‌ଜି ମହିଳା ମାନଙ୍କ ଦାବୀ କରିଥିବା ପାଣିର ସମସ୍ୟାରୁ ବଞ୍ଚିତ କରାଯିବା ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉ ବୋଲି ଗାଁର ଭଦ୍ର ବ୍ୟକ୍ତିମାନେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

twenty − 11 =

error: Content is protected !!