pakka

ଆଇନଜୀବୀ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ପିତୃ ବିୟୋଗ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରର ବରିଷ୍ଠ ଆଇନଜୀବୀ, ପୂର୍ବତନ ପୋୖରାଧିକାରୀ ତଥା ବଲାଙ୍ଗିର କ୍ରୀଡା ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ପିତୃ ବିୟୋଗ ଘଟିଛି । ପିତା ସର୍ବେଶ୍ୱର ମିଶ୍ର ବିଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭୋଗୁଥିବା ବେଳେ ରବିବାର ରାତି ୧୦.୩୦ ସମୟରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୯୭ ବର୍ଷ ହେଉଥିଲା । ସ୍ବର୍ଗତ ସର୍ବେଶ୍ୱର ସିଭିଲ କୋର୍ଟରେ ପେସକାର ଭାବେ କାମ କରି, ୧୯୮୩ ମସିହାରେ ଅବସର ଗ୍ରହଣ କରିଥିଲେ । ପରେ ପରେ ସେ ଆଜୀବନ ଧର୍ମ କର୍ମରେ ଲିପ୍ତ ରହିଥିଲେ । ୨୦୧୫ ମସିହା ମାର୍ଚ୍ଚ ୧୫ରେ ଏକ କୋଟି ବାର ରାମ ଲେଖି ନାମ ଯଜ୍ଞ କରିବା ଭଳିଆ ବିରଳ କୃତିତ୍ୱ ମଧ୍ୟ ସେ ଅର୍ଜନ କରି ପାରିଥିଲେ । ତାଙ୍କର ଅନ୍ତିମ କ୍ଷଣରେ ସ୍ତ୍ରୀ କିଶୋରୀ, ଭାଇ ଯଜ୍ଞଶଙ୍କର, ଯୋଗୀକର, ଭଗବାନ, ପୁତୁରା ବାବୁଲା, ଭଉଣୀ ଜ୍ବାଇଁ ଶ୍ରୀକାର ମିଶ୍ର, ପୁତ୍ର କୃଷ୍ଣଚନ୍ଦ୍ର, ମୋହିନୀ , ଉଭୟ ପୁତ୍ରବଧୁ , ଝିଅ ଶୋଭାଗିନୀ, ବିଲାସିନୀ, ବିନ୍ଧ୍ୟ ବାସିନି , ଜ୍ବାଇଁ ସୁରେନ୍ଦ୍ର ପୁରୋହିତ, ଗୋପବନ୍ଧୁ ମିଶ୍ର, ଜାତୀନ୍ଦ୍ର ପାଠୀ, ନାତି ସନ୍ଦୀପ, ସୁମୀତ, ସୌମିକ, ଅବିନାଶ, ବୁଲୁ ବାବୁ, ନାତୁଣୀ ଦୀପା ଓ ସୋମି ଉପସ୍ଥିତ ଥିଲେ । ଆଜି ସକାଳୁ ସ୍ଥାନୀୟ ବିଭୂତି ପଡା ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ କ୍ରିୟା କରାଯାଇଥିଲା । ବଡ ପୁଅ କୃଷ୍ଣ ଚନ୍ଦ୍ର ମୁଖାଗ୍ନି ଦେଇଥିବା ବେଳେ ପରିବାର ଓ ବନ୍ଧୁବର୍ଗଙ୍କ ସମେତ ସହରର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ ।

jay balangir
Leave A Reply

Your email address will not be published.

sixteen + one =

error: Content is protected !!