jayashree

ବରିଷ୍ଠ ଜାତୀୟସ୍ତରୀୟ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ଆଜି ପ୍ରତ୍ୟୁଷରେ ଅର୍ଥାତ ପ୍ରାତଃ ୪ଘଣ୍ଟା ୩୦ ମିନଟରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ପରଲୋକ ହୋଇଯାଇଛି । ୬୭ବର୍ଷ ବୟସରେ ଆଖିବୁଜିଲେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ । କିଛି ଦିନ ଧରି ଯକୃତ ସଂକ୍ରମଣରେ ସେ ଅସୁସ୍ଥ ହୋଇ ପରମାନନ୍ଦ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଗତ ୫ଦିନ ଧରି ଦିଲ୍ଲୀର ଆପୋଲୋ ହସ୍ପିଟାଲର ଆଇସିୟୁରେ ସେ ଚିକିତ୍ସିତ ହେଉଥିଲେ ବୋଲି କୁହାଯାଏ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ବିନୋଦଙ୍କ ପରଲୋକ ନେଇ ତାଙ୍କ ଝିଅ ମଲ୍ଲିକା ଦୁଆ ସ୍ପଷ୍ଟ କରିଛନ୍ତି । ଆସନ୍ତାକାଲି ତାଙ୍କର ଅନ୍ତିମ ସତ୍‌କାର କରାଯିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.