jsm

ଗଛର ମାମୁ ସାଜିଲେ ହୃଷୀକେଶ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରଥମାଷ୍ଟମୀରେ ମାମୁ ଭଣଜାଙ୍କୁ ପଢୁଆଁ କରୁଥିବା ବେଳେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ହୃଷୀକେଶ ପାଢ଼ୀ ମାମୁ ସାଜି ଗଛକୁ ଭଣଜା ରୂପେ ପଢୁଆଁ ତଥା ପୂଜାର୍ଚନା କରି ଅନ୍ୟମାନଙ୍କ ପ୍ରତି ଉଦାହରଣ ପାଲଟିଛନ୍ତି । ବୃକ୍ଷକୁ ଭଲ ପାଉଥିବା ପ୍ରକୃତି ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ପ୍ରତ୍ୟୁଷରୁ ବୃକ୍ଷମାନଙ୍କୁ ନୂଆବସ୍ତ୍ର ପିନ୍ଧାଇ ସିନ୍ଦୁର, ଅକ୍ଷତ, ଦୁବ, ବରକୋଳି ପତ୍ର, ଧୂପ, ଦ୍ୱୀପ, ନୈବେଦ୍ୟ ଦେଇ ପୂଜାର୍ଚନା କରି ପଢୁଆଁ କରିବା ପରେ ନିଜେ ଜ୍ୟେଷ୍ଠ ପୁତ୍ର ଭାବେ ପଢୁଆଁ ହୋଇଥିଲେ ।

yuvodaya
Leave A Reply

Your email address will not be published.