oom

ବାଲ୍ୟ ବିବାହ ରୋକିଲେ ପ୍ରଶାସନ

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚୁଲାଭଟ ଗ୍ରାମ ପଞ୍ଚାୟତରେ ଏକ ୧୬ ବର୍ଷର ଝିଅର ବାଲ୍ୟ ବିବାହକୁ ଅଟକାଇଲା ଚାଇଲ୍ଡ ଲାଇନ ଓ ଜିଲ୍ଲା ପ୍ରଶାସନ । ସୂଚନା ଅନୁସାରେ ଚୁଲାଭଟ ଅଞ୍ଚଳର ଏକ ଗ୍ରାମରେ ଏହି ବିବାହ ସ୍ଥିର କରାଯାଇଥିଲା । ଠିକ୍ ସମୟରେ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଏହି ଖବର ପହଞ୍ଚିବା ପରେ ସେମାନେ ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଥିଲେ । ନୂଆପଡା ଶିଶୁ ବିକାଶ ପ୍ରକଳ୍ପ ଓ ଚାଇଲ୍ଡଲାଇନ ଉକ୍ତ ଗ୍ରାମର ଭଦ୍ର ବ୍ୟକ୍ତି, ୱାଡ ସଭ୍ୟ, ଆଶା କର୍ମୀ, ଅଙ୍ଗନାଡି କର୍ମୀ ଏସ୍‌ଏଚ୍‌ଜିର ସଭ୍ୟମାନଙ୍କ ଉପସ୍ଥିତିରେ ଏକ ବୈଠକ କରି ଉଭୟ ପରିବାର ସହିତ ଏହି ଟିମ୍‌ ଆଲୋଚନା କରି ବିବାହ ବୟସ ପୂର୍ବରୁ ଝିଅକୁ ବିବାହ ନକରିବାକୁ ବୁଝାଇଥିଲେ । ଏ ନେଇ ସରକାରୀ ଆଇନ ଓ ଅଳ୍ପ ବୟସରେ ବିବାହ ଯୋଗୁଁ ଝିଅର ଭବିଷ୍ୟତ ଜୀବନରେ ସଙ୍କଟ ନେଇ ମଧ୍ୟ ଦୁଇ ପରିବାରକୁ ସଚେତନ କରାଯାଇଥିଲା । ଯେଉଁ ପର୍ଯ୍ୟନ୍ତ ୧୮ ବର୍ଷ ନ ହେବ, ବିବାହ ନକରାଇବାକୁ ତାଙ୍କ ପିତା ମାତାଙ୍କଠାରୁ ଏକ ଚୁକ୍ତିନାମା ପତ୍ର ସ୍ୱାକ୍ଷର କରାଯାଇଥିଲା । ଯଦି ଏଥିରୁ ବିଚ୍ୟୁତ ହେବେ ତେବେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି ମଧ୍ୟ ସଚେତନ କରାଯାଇଥିଲା ।

jittmm
Leave A Reply

Your email address will not be published.