csstore

ବନ ସୁରକ୍ଷା ସମିତିର ଦରି,ବାସନ କୁସନ, ଚାନ୍ଦୁଆ ରେଂଜ୍‌ ଅଫିସରେ ୫ ମାସ ହେଲା ଖତ ଖାଉଛି : ବନ ସୁରକ୍ଷା ସମିତିକୁ ନ ଦେବାରେ ରେଂଜର୍‌ଙ୍କ ସ୍ୱାର୍ଥ କ’ଣ, ସାଧାରଣରେ ପ୍ରଶ୍ନ

କଂଟବାଂଜି, (ଗୁରୁଦୟାଲ ହଂସ) : ଦିନକୁ ଦିନ ଜଂଗଲ ଧ୍ୱଂସ ହେବାର ନଜରରେ ରଖି ଓଡିଶା ସରକାର ଜଂଗଲ ସୁରକ୍ଷା ପାଇଁ ଆମ ଜଂଗଲ ଯୋଜନା (ଏ.ଜେ.ୱାଇ) ଜରିଆରେ ବନ ସୁରକ୍ଷା ସମିତିମାନ ଗଠନ କରି ବିଭିନ୍ନ ସରକାରୀ ପ୍ରୋତ୍ସାହନ ମାନ ଯୋଗାଇ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ କଂଟାବାଂଜି ଫରେଷ୍ଟ ରେଂଜ୍‌ ଅଧୀନରେ ୧୯ଟି ବନ ସୁରକ୍ଷା ସମିତି ଗଠନ କରାଯାଇଛି । ବନ ସୁରକ୍ଷା ସମିତିର ସଭ୍ୟା/ସଭ୍ୟମାନଙ୍କୁ ଉତ୍ସାହିତ ଏବଂ ପ୍ରୋତ୍ସାହନ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଦରି, ଚାନ୍ଦୁଆ, ବାସନକୁସନ, ଟର୍ଚ୍ଚ ଲାଇଟ ଆଦି ଯୋଗାଇ ଦିଆଯାଇଥାଏ । ଚଳିତ ବର୍ଷ ମଧ୍ୟ ଫରେଷ୍ଟ ରେଂଜ୍‌ ଅଧୀନରେ ଥିବା ବନ ସୁରକ୍ଷା ସମିତିକୁ ଦରି ଚାନ୍ଦୁଆ, ବାସନ କୁସନ, ଟର୍ଚ୍ଚ ଲାଇଟ ଗତ ଚାରି ପାଂଚ ମାସ ହେଲା ଯୋଗାଇ ଦିଆଯାଇଛି । କିନ୍ତୁ ତାହା ବଂଟା ନ ଯାଇ ରେଂଜ୍‌ ଅଫିସ୍‌ ହାଜତ ଭିତରେ ଲୁଚାଇ ରଖା ଯାଇଥିବା ଜଣାପଡ଼ିଛି । ବନ ସୁରକ୍ଷା ସମିତିମାନଙ୍କ ପାଇଁ ଆସିଥିବା ଏହି ଜିନିଷପତ୍ର କାହିଁକି ଦିଆଯାଇ ନାହିଁ ବୋଲି ବିଭିନ୍ନ ସମୟରେ ବନ ସୁରକ୍ଷା ସମିତିର ସଭ୍ୟସଭ୍ୟାମାନେ ରେଂଜର୍‌ଙ୍କୁ ପଚାରିବା ସହ ବଂଟା ନ ହେବାର କାରଣ କ’ଣ ଏବଂ ଏଥିରେ ରେଂଜ୍‌ ଅଧିକାରୀଙ୍କ କି ପ୍ରକାର ସ୍ୱାର୍ଥ ରହିଛି ବୋଲି ସେମାନଙ୍କ ମଧ୍ୟରେ ପ୍ରଶ୍ନାବାଚୀ ସୃଷ୍ଟି ହୋଇଛି । ବନ ସୁରକ୍ଷା ସମିତି ଜରିଆରେ ଜଂଗଲ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଭଳି ନ୍ୟସ୍ତ ସ୍ୱାର୍ଥ ରେଂଜ୍‌ ଅଫିସର୍‌ଙ୍କ କାର୍ଯ୍ୟକଳାପ ଉପରେ ବନ ସୁର୍‌କ୍ଷା ସମିତିର ଜଣେ ସଭ୍ୟା ନିଜ ନାମ ଗୋପନ ରଖି ଏହା କହିଛନ୍ତି । ଏ ବାବଦରେ କଂଟାବାଂଜି ରେଂଜ୍‌ ଅଫିସର୍‌ ଶ୍ରାଦ୍ଧଦେବ ବଡମାଳିଙ୍କୁ ତାଙ୍କ ମୋବାଇଲ ନଂ-୯୯୩୮୫୦୬୮୩୧ରେ ଯୋଗଯୋଗ କରିବାରୁ ସେ ଅଭିଯୋଗ ଉପରେ ଖଣ୍ଡନ କରି ଫରେଷ୍ଟରମାନଙ୍କୁ ବଂଟନ କରିବା ପାଇଁ କହିଥିବା କହିଛନ୍ତି । ରେଂଜରଙ୍କ କହିବା ଅନୁସାରେ ସଂପୃକ୍ତ ଫରେଷ୍ଟରମାନଙ୍କ ପ୍ରତିଆରୋପରେ ବନ ସୁରକ୍ଷା ସମିତିର ଜିନିଷ ଚାରି ପାଂଚ ମାସ ହେଲା ବଂଟା ନ ହେବାର କାରଣ କ’ଣ ବୋଲି ପଚାରିବାରୁ ଜଣେ ଫରେଷ୍ଟର କହନ୍ତି, ଜିନିଷ ଆସିବାର ବହୁ ଦିନ ପରେ ମଧ୍ୟ ରେଂଜ୍‌ ଅଫିସ ହାଜତରେ ରଖାଯାଇଛି । କାହିଁକି ଆସିଛି, କାହାକୁ ଦିଆହେବ, ଏ ବିଷୟରେ ରେଂଜର୍‌ କୌଣସି ଫରେଷ୍ଟରଙ୍କୁ ଜଣାଇ ନାହାନ୍ତି । କଂଟାବାଂଜି ରେଂଜର ବନ ସୁରକ୍ଷା ସମିତିର ଜିନିଷପତ୍ର ଗତବର୍ଷ ନ ବାଂଟି ବନ ସୁରକ୍ଷା ସମିତିର ସଭ୍ୟଙ୍କୁ ଡାକି କେବଳ ଫଟୋ ଉଠାଇ ଟର୍ଚ୍ଚ, ବ୍ୟାଗ ଇତ୍ୟାଦି ଜିନିଷପତ୍ର ନଦେଇ ଆତ୍ମସାତ୍‌ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ସେହିପରି ଚଳିତ ବର୍ଷ ମଧ୍ୟ କୌଣସି ସୂଚନା ନ ଦେଇ ଆତ୍ମସାତ୍‌ କରିବା ଚକ୍ରାନ୍ତରେ ଫରେଷ୍ଟର କିମ୍ବା ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ନ ଜଣାଇ ଚାରି ପାଂଚ ମାସ ହେଲା ନ ବାଂଟିବାରେ ରେଂଜର୍‌ଙ୍କ କି ପ୍ରକାର ସ୍ୱାର୍ଥ ରହିଛି ବୋଲି ବନ ସୁରକ୍ଷା ସମିତିର ସଭ୍ୟାସଭ୍ୟମାନେ ଅଭିଯୋଗ କରିଥିବା ବେଳେ ଆସନ୍ତା ଦିନରେ ରେଂଜ୍‌ ଅଫିସ ସାମ୍ନାରେ ଆନ୍ଦୋଳନ କରିବା ସହିତ ଅସଲ କଥା ଡିଏଫଓ ଏବଂ ଏସିଏଫଙ୍କ ନଜରକୁ ଆଣିବେ ବୋଲି ଆଜି ଆମ ପ୍ରତିନିଧି ପାଟିମାଳକୁ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ କହିଛନ୍ତି ।

jayashree
Leave A Reply

Your email address will not be published.