oom

ସମାଜସେବୀ ବାବୁଲାଲ କୁମ୍ଭାରଙ୍କ ପରଲୋକ

jsmm

ବଙ୍ଗୋମୁଣ୍ଡା, (ଦୀପକ ପାଣିଗ୍ରାହୀ) : ସ୍ଥାନୀୟ ବଙ୍ଗୋମୁଣ୍ଡା ଅମ୍ବେଦକର ନଗର ନିବାସୀ ବାବୁଲାଲ କୁମ୍ଭାର ଇହଧାମ ତ୍ୟାଗ କରିଛନ୍ତି । ସେ ବଙ୍ଗୋମୁଣ୍ଡାର ଜଣେ ଜଣାଶୁଣା ବିଶିଷ୍ଟ ସମାଜସେବୀ ଥିଲେ । ୭୦ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଅଛି । ଗାଁରେ ତାଙ୍କର ମୃତ୍ୟୁ ଯୋଗୁଁ ଶୋକର ଛାୟା ଖେଳି ଯାଇଛି । ସେ ଦୀର୍ଘ ଦିନ ହେଲା ମଧୁମେହ ଏବଂ ଯକୃତ ରୋଗରେ ପିଡୀତ ଥିଲେ । ସେ ଜଣେ ପରୋପକାରୀ ପୁରୁଷ ଥିଲେ । ତାଙ୍କର ସେବା ଅଂଚଳରେ ଅନେକ ଦୃଷ୍ଟାନ୍ତ ସୃଷ୍ଟି କରିଛି ଏବଂ ବିଭିନ୍ନ ଅନୁଷ୍ଠାନମାନଙ୍କ ତରଫରୁ ସମ୍ମାନିତ ମଧ୍ୟ ହୋଇଛନ୍ତି । ମୃତ୍ୟୁ ଶର୍ୟ୍ୟା ନିକଟରେ ତାଙ୍କର ଧର୍ମପନ୍ତ୍ରୀ ପୁର୍ଣ୍ଣମୀ କୁମ୍ଭାର, ବଡପୁଅ ଓମପ୍ରକାଶ କୁମ୍ଭାର, ଝିଅ ତ୍ରିବେଣୀ କୁମ୍ଭାର, ପୁଅ କନଚନ କୁମ୍ଭାର, ଚନ୍ଦନ କୁମ୍ଭାର, ଧୀରଜ କୁମ୍ଭାର, ମାମୁନୀ, ସମ୍ବିତ, ପୁର୍ଣ୍ଣମୀ, ସବିତା ଦାସ, ବୋହୁ ବୃନ୍ଧା, ପୁଜା, ବିଜୟଲଷ୍ମୀ, ମଧୁସୁଦନ, ଜିତୁ, ଲବ, ପ୍ରେମ ଉପସ୍ଥିତ ଥିବା ବେଳେ ମୁଖାଗ୍ନି ବଡ ପୁଅ ଓମପ୍ରକାଶ କୁମ୍ଭାର ଦେଇଥିଲେ ।

jittmm
Leave A Reply

Your email address will not be published.