csstore

ଅନ୍‌ ଲାଇନ୍‌ ମାଧ୍ୟମରେ ସମ୍ବଲପୁରୀ ଲିପିର ଶିକ୍ଷାଦାନ ଆରମ୍ଭ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଅଂଚଳ ସ୍ଥିତ ସୁଦୂର ପ୍ରସାରୀ ବାଟ୍ କଢ଼ୁଆଲ କଲାପଟାର ଏକ ସୁନ୍ଦର ପ୍ରୟାସ ଆଜିଠାରୁ ଆରମ୍ଭ ହୋଇଯାଇଛି । ଯୁବ ପ୍ରତିଭା ପୌଲସ୍ତ୍ୟ ସାହା ଅନ୍‌ ଲାଇନ୍ ମାଧ୍ୟମ ରେ ଜନସାଧାରଣଙ୍କୁ ଅନ୍‌ ଲାଇନ୍ କ୍ଲାସ ଖୁବ୍‌ ସରସ ସୁନ୍ଦର ଭାବେ ସଂପାଦନା ଆରମ୍ଭ କରିଦେଇଛନ୍ତି । ଶ୍ରୀ ସାହାଙ୍କ କହିବା ଅନୁସାରେ ଲିପିଟି ଦେଖିବାକୁ କଠିନ ଲାଗୁଛି ସତ, କିନ୍ତୁ ମନ ଲଗାଇ ଅଧ୍ୟୟନ କଲେ ସବୁଠୁ ସହଜ ଅଟେ ଲାଇଫ୍ ମାଧ୍ୟମରେ ପ୍ରାୟ ୧୦ ଦିନ ମଧ୍ୟରେ ଜଣେ ଯଦି ମନଲଗାଇ ଅଧ୍ୟୟନ କରନ୍ତି ତେବେ ତୁରନ୍ତ ପାରଙ୍ଗମ ହୋଇଯିବେ ବୋଲି ଦାବୀ କରନ୍ତି । ଏହଳି ମହତ ପ୍ରୟାସ ପାଇଁ ଜନମାନସରେ ପୌଲସ୍ତ୍ୟ ବାବୁ ଆଦରଣୀୟ । ଆଗକୁ ଗ୍ରାମାଂଚଳ ମାନଙ୍କରେ ଯାଇ ସମ୍ବଲପୁରୀ ଲିପିର ଶିକ୍ଷାଦାନ ଅବଶ୍ୟ କରିବାକୁ ବାଟ୍ କଢ଼ୁଆଲର ସଂପାଦକ ସୁରେନ୍ଦ୍ର ମେହେରଙ୍କ ଠାରୁ ପ୍ରକାଶ ।

jayashree
Leave A Reply

Your email address will not be published.