ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ସରସରା ଗ୍ରାମର ଯୁବ ଚାଷୀ ରାଧାକାନ୍ତ ଭୋଇଙ୍କ ୫୧ ବର୍ଷ ବୟସରେ ହୃଦଘାତ ରୋଗରେ ମୃତ୍ୟୁବରଣ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ନିଜ କ୍ଷେତକୁ ଭେଣ୍ତି ତୋଳିବା ପାଇଁ ଯାଇଥିଲେ ହାଠତ୍ ଅସୁସ୍ଥ ହେବାରୁ ଘରକୁ ଫେରି ଗ୍ରାମର ଘରୋଇ ଡାକ୍ତରଙ୍କୁ ଦେଖାଉଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସେ ଗ୍ରାମର ଜଣେ ଭଲ ଯୁବ ଚାଷୀ ଭାବେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଗ୍ରାମର ଆଖପାଖ ଅଞ୍ଚଳରେ ଶୋକ ଛାୟା ଖେଳି ଯାଇଛି । ତାଙ୍କ ଏକ ମାତ୍ର ପୁତ୍ର ଗୁଲସନ ଭୋଇ ଜୀରାନଦୀ ତଟରେ ମୁଖ୍ୟଗ୍ନି ଦେଇଥିଲେ । ଯୁବ ଚାଷୀ ରାଧାନାଥ ଭୋଇଙ୍କ ଅକାଳ ବିୟୋଗରେ ବରିଷ୍ଠ ସାମ୍ବାଦିକ ବଲରାମ ପ୍ରଧାନ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।