jsm

ପ୍ରଦେଶ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

csstore

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ ମହିଳା କଂଗ୍ରେସକୁ ସୁଦୃଢ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନରେ ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟି ନେତ୍ରୀ ସୁଶ୍ରୀ ନେତା ଡି ସୌଜା ପ୍ରଦେଶ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଏହି କମିଟିରେ ୭୦ ଜଣ ମହିଳା ବିଭିନ୍ନ ପଦଦପବୀରେ ସ୍ଥାନ ପାଇଥିବା ବେଳେ ୨୨ ଜଣଙ୍କୁ କାର୍ଯ୍ୟକାରିଣୀ ସଭ୍ୟ ଭାବେ ଓ ୧୫ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ରଖାଯାଇଛି । ୧୦ ଜଣଙ୍କୁ ଉପସଭାପତି ଭାବେ ନିଆଯାଇଛି । ୧୧ ଜଣଙ୍କୁ ସାଧାରଣ ସଂପାଦିକା ଭାବେ ଦାୟିତ୍ୱ ଦିଆଯାଇଛି । ୪୮ ଜଣଙ୍କୁ ସଂପାଦିକା ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟା ଭାବେ ଯେଉଁ ୧୫ ଜଣଙ୍କୁ ନିଆଯାଇଛି । ରାଜ୍ୟ ମହିଳା କଂଗ୍ରେସ କମିଟି ଅନୁମୋଦନ ପାଇଥିବାରୁ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡ଼ା କଂଗ୍ରେସ ସଭାନେତ୍ରୀ ଶ୍ରୀମତା ସୋନିଆ ଗାନ୍ଧୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ, ଅଞ୍ଚଳ ଭାରତ ମିହଳା କଂଗ୍ରେସ କାର୍ୟ୍ୟବାହୀ ସଭାନେତ୍ରୀ ସୁଶ୍ରୀ ଡି ମୌକା ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

yuvodaya
Leave A Reply

Your email address will not be published.