csstore

ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ସହ କୋଭିଡ-୧୯ ପରିଚାଳନା ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତି ରାଜେନ୍ଦ୍ର ହୋତା ଓ ଗୁଞ୍ଜ ଖାନଙ୍କ ସହିତ ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀଙ୍କ ନେତୃତ୍ୱରେ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ବିଜୁ ଜନତା ଦଳର ଯୁବ ଓ ଛାତ୍ର କର୍ମକର୍ତ୍ତାଗଣ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ସାକ୍ଷାତ କରି ବଲାଙ୍ଗିରର କୋଭିଡ-୧୯ ପରିଚାଳନା ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ।


ପ୍ରକାଶ ଥାଉ କି, ଗତକାଲି ମାନ୍ୟବର ପୁର୍ବତନ ସାସଂଦଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ତୁଲସୀଡୁଙ୍ଗରୀ ଗାଁର ଦୁଇ ଅନାଥ ବନଗୁଲା ଭାଇଙ୍କୁ ଆଗାମୀ ଦିନରେ ତାଙ୍କର ଉଜ୍‌ଜ୍ୱଳ ଭବିଷ୍ୟତ ପାଇଁ ଜିଲ୍ଲାପାଳଙ୍କୁ ଜଣାଇ ଉଚିତ୍ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଜିଲ୍ଲାପାଳ ଅନୁଧ୍ୟାନ କରି ଖୁବଶୀଘ୍ର ପଦକ୍ଷେପ ନେବେ ବେଲି ପ୍ରତିଶ୍ରୁତି ଦେଇଥିଲେ । ଏହାସହିତ ବଲାଙ୍ଗିରର କୋଭିଡ ନିୟନ୍ତ୍ରଣ ପରିଚାଳନାକୁ ସୂଚାରୁ ରୂପେ ତୁଳାଉଥିବାରୁ ପ୍ରସାଶନକୁ ଧନ୍ୟବାଦ ଜଣାଇଥିବା ବେଳେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ହସପିଟାଲରେ ସରକାରଙ୍କ ତରଫରୁ ନୂତନ ଭାବରେ ୨୦ ଟି ଆସିୟୁ ବେଡ୍ର ବ୍ୟବସ୍ଥା କରାଯାଇ ଥିବାରୁ ଓଡିଶାର ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇ ବଲାଙ୍ଗିର ସହରକୁ ସମ୍ପୂର୍ଣ୍ଣ ମାତ୍ରାରେ ସାନିଟାଇଜ କରିବାକୁ ଅନୁରୋଧ କରିଥିଲେ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତ୍ତାଗଣ । ଏହି ଅବସରରେ ରାଜ୍ୟ ଯୁବ ସମ୍ପାଦକ ଅଜିତ ଯୋଷୀ ଜିଲ୍ଲାପାଳଙ୍କ ସହ ବନ୍ଦ ହୋଇଯାଇଥିବା କଣ୍ଟାବାଞ୍ଜି କୋଭିଡ ହସପିଟାଲ ବିଷୟରେ ଆଲୋଚନା କରିଥିଲେ । ଛାତ୍ର ରାଜ୍ୟ ସମ୍ପାଦକ ସୁମନ ନନ୍ଦ, ବରିଷ୍ଠ ସଦସ୍ୟ ସଞ୍ଜିବ ମିଶ୍ର, ସନ୍ତୋଷ ଦନ୍ତା, ମଣ୍ଟୁ ଖମାରୀ, ସରୋଜ ସ୍‌ସ୍ୱାଇଁ, ଆଶିର୍ବାଦ ସାହୁ, ବିଭୁତି ଭୁଷଣ ମିଶ୍ର, ସଞ୍ଜିବ ନାଥ, ଦୀପକ ପଣ୍ଡା, ତେଜରାଜ ଚୌଧରୀ, ବ୍ୟସ୍ତ ପଣ୍ଡା, ଆର୍ତ୍ତତ୍ରାଣ ମହାକୁର ଏହି କମିଟିରେ ସାମିଲ ହୋଇ ସାକ୍ଷାତ କରିଥିଲେ ।

jayashree
Leave A Reply

Your email address will not be published.