ଲୋଇସିଂହା ଜଂଗଲ ବିଭାଗ ପକ୍ଷରୁ ଟ୍ରାକ୍ଟର ସହ ଚୋରା କାଠ ଜବତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ରାତିରେ ଲୋଇସିଂହା ଜଂଗଲ ବିଭାଗ ପକ୍ଷରୁ ଡୁମେର୍‌ଝରନ-ମହରାସନୀ ରାସ୍ତାରେ ଏକ କଂଚା ବଲି ବୋଝେଇ ଟ୍ରାକ୍ଟର ଧରା ପଡ଼ିଥିବା ସୂଚନା ମିଳିଛି । ତେବେ ପ୍ରାୟ ରାତି ୩ଟା ସମୟରେ ଜଂଗଲ ବିଭାଗର ଉଚିତ ପଦକ୍ଷେପ ଯୋଗୁଁ ଟ୍ରାକ୍ଟରକୁ ଅଟକା ଯାଇ ପାରିଥିବା ବେଳେ ଟ୍ରାକ୍ଟର ଚାଳକ ଓ ଅନ୍ୟମାନେ ଦୌଡ଼ି ଫେରାର୍‌ ହୋଇଯାଇଥିଲେ ।

ଟ୍ରାକ୍ଟର (ଓଡ଼ିଓ୩ସି ୪୭୨୩) ସହ ଟ୍ରାକ୍ଟରରେ ବୋଝେଇ ହୋଇଥିବା ୧୩୫ ଖଣ୍ଡ କଂଚା ବଲି ଜଂଗଲ ବିଭାଗ ଦ୍ୱାରା ଜବତ କରାଯାଇଥିବା ସୂଚନା ମିଳିଛି । ଜବତ ବଲିର ମୂଲ୍ୟ ୫ ହଜାର ଟଙ୍କା ଭିତରେ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.