oom

ନିମ୍ନମାନର ଉନ୍ନୟନମୂଳକ କାର୍ଯ୍ୟରେ ଅତିଷ୍ଟ ଘୁଚାପାଲି ଗ୍ରାମବାସୀଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଉ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ରାଜ୍ୟରେ ଭିର୍ତ୍ତିଭୂମି ବିକାଶ ତଥା ରାସ୍ତା ନିର୍ମାଣ ପାଇଁ ଓଡିଶା ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ତଥାପି କିଛି ସମ୍ପୃକ୍ତ ଅଧିକାରୀ ଏବଂ ଠିକାଦାରଙ୍କ ବେଆଇନ କାମ ଯୋଗୁଁ ଲୋକମାନେ ଯାତାୟାତ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲି ପଞ୍ଚାୟତର ଘୁଚାପାଲି ଗ୍ରାମରେ ରାସ୍ତାର ଦୁର୍ନୀତିର ଆଉ ଏକ ଜ୍ୱଳନ୍ତ ଉଦାହରଣ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଘୁଚାପାଲି ଗ୍ରାମରୁ ଭିରକୁପଡା, ତେଲେନପାଲିରୁ ଘୁଚାପାଲି ଓ ଘୁଚାପାଲିରୁ ଫଲସାପଡା ରାସ୍ତା ଉନ୍ନତିକରଣରେ ଅନିୟମିତତା ହୋଇଥିବା ନେଇ ଗତକାଲି ଘୁଚାପାଲି ଗ୍ରାମବାସୀ ବ୍ଲକ ପ୍ରଶାସନକୁ ଘେରାଉ କରିବା ପାଇଁ ଆସିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ରାସ୍ତା ଉନ୍ନତିକରଣ କାମ ନିମ୍ନମାନର ହୋଇଥିବା ଯୋଗୁଁ ଗ୍ରାମବାସୀମାନେ ଦୈନନ୍ଦିନ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟତଃ ଘୁଚାପାଲି ଗ୍ରାମବାସୀ ତେଲେନପାଲି ଉପରେ ସବୁବେଳେ ନିର୍ଭର କରୁଥିବା ଯୋଗୁଁ ସେମାନଙ୍କ ପାଇଁ ଘୁଚାପାଲି-ତେଲେନପାଲି ରାସ୍ତା ଏକ ମୁଖ୍ୟ ମାଧ୍ୟମରେ ପରିଣତ ହୋଇଅଛି, ଏହା ସହିତ ବର୍ଷା ଯୋଗୁଁ ରାସ୍ତାଟି କାଦୁଅରେ ଭରିଯାଇ ଶୋଚନୀୟ ହୋଇପଡିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ନିମନ୍ତେ ଖପ୍ରାଖୋଲ ବିଡ଼ିଓଙ୍କ ପାଖକୁ ଆସିବା ସହିତ ଉକ୍ତ ରାସ୍ତା ଗୁଡିକରେ ହୋଇଥିବା ଦୁର୍ନୀତିର ତଦନ୍ତ କରି ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.