centurian jitm

ମଉଳି ଗଲା ଟିଟିଲାଗଡ଼ ଜିଲ୍ଲା ଦାବୀ, ନିରାଶ କଲେ ମୁଖ୍ୟମନ୍ତ୍ରୀ : ସଇଁନ୍ତଲା ବ୍ଳକରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

nschool

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦୀର୍ଘ ଦିନର ଦାବୀକୁ ନେଇ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ବାସୀ ଅନେକ ଆଶା ଓ ବିଶ୍ୱାସ ରଖିଥିଲେ । ଟିଟିଲାଗଡ଼ ଜିଲ୍ଲା ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ଅନେକ ଆଶା ରଖିଥିଲେ, ହେଲେ ତାଙ୍କର ସବୁ ଆଶା ମଉଳି ଯାଇଛି । ଟିଟିଲାଗଡ଼ବାସୀଙ୍କୁ ନିରାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ, ଯାହାକୁ ନେଇ ଟିଟିଲାଗଡ଼ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଗରିବ ଖଟିଖିଆ ଲୋକେ ବେଶ ଉତ୍ସ।ହିତ । କାରଣ ମାଗଣାରେ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସାର ସୁବିଧା ସୁଯୋଗ ଯୋଗାଇଛନ୍ତି ନବୀନ ପଟ୍ଟନାୟକ । ଟିଟିଲାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ ପରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି । ଫଳରେ ଲୋକଙ୍କ ମଧ୍ୟରେରେ ଉତ୍ସ।ହ ଦେଖିବାକୁ ମିଳିଛି । ଓଡ଼ିଶାର ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରଚେଷ୍ଟା ବଳରେ ଆଜି ଅନେକ ବିକାଶ ହୋଇ ପାରିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।

ଅନ୍ୟପଟେ ସଇଁନ୍ତଲା ବ୍ଲକ ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଟିଟିଲାଗଡ଼ରେ ଅନୁଷ୍ଠିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ୟ୍ୟକ୍ରମକୁ ଅତିଥିମାନେ ପରଦାରେ ଦେଖି ଉପଭୋଗ କରିଥିଲେ । ପ୍ରଥମେ ଦୀପ ପ୍ରଜ୍ଵଳନ କରିବା ପରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ଏହି କାର୍ୟ୍ୟକ୍ରମ ସଇଁନ୍ତଲା ବିଡିଓ ଦେବାଶିଷ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ବିଜେଡି ଦଳ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ବିପିଏମ ପରେଶ ସାହୁ, ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ୧୦ ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଅପରପକ୍ଷେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ୧୬୯ କୋଟି ୩୧ ଲକ୍ଷ ଟଙ୍କାର ୧୮ ଟି ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଇଁନ୍ତଳା ବ୍ଳକ ବେଳଗାଁ – ଆମ୍ବପାଲି ରାସ୍ତା ଉନ୍ନତି କରଣ ପାଇଁ ୧୬ କୋଟି ୧୨ ଲକ୍ଷ ଟଙ୍କା, ଧୂମାପାଲି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୧ କୋଟି ୫୨ ଲକ୍ଷ ଟଙ୍କା, ସେଣ୍ଟ୍ରାଲ ଟିଟିଲାଗଡ଼ ରାସ୍ତାରେ ଲାଂଥ ନଦୀ ଉପରେ ହାଇ ଲେଭେଲ୍‌ ବ୍ରିଜ ନିର୍ମାଣ ପାଇଁ ୨୩ କୋଟି ଟଙ୍କା, ବ୍ରାହ୍ମଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ ଗୃହ ନିର୍ମାଣ ପାଇଁ ୧ କୋଟି, ଟିକ୍ରାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ) ପ୍ରସୂତି କକ୍ଷ ନିର୍ମାଣ, କେନ୍ଦୁଡାର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୧ କୋଟି ୨୭ ଲକ୍ଷ, ତାଲବହାଲ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୧ କୋଟି ୧୬ ଲକ୍ଷ ଟଙ୍କା ଭଳି ଅନେକ ଗାଁ ପାଇଁ କୋଟି କୋଟି ଟଙ୍କାର ଅନୁମୋଦନ କରିଥିବା ବେଳେ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ୟ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ରାଜକିଶୋର ଡାଙ୍ଗ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.