jsm

ଆନ୍ତଃଜିଲ୍ଲା ଗ୍ରାମୀଣ ହକି ପ୍ରତିଯୋଗିତା ଉଦଘାଟିତ

csstore

ରାଉରକେଲା, (ସସ୍ମିତା ପ୍ରଧାନ) :ସାଗରିକା ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଆନ୍ତଜିଲ୍ଲା ଗ୍ରାମୀଣ ହକି ପ୍ରତିଯୋଗିତା ସେକ୍ଟର ୧୯ସ୍ଥିତ ବେଥାନୀ ପଡିଆ ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ହକି ଖେଳାଳି ସିଲାନନ୍ଦ ଲାକ୍ରା, ନୀଲମ ସଂଜୀବ ଖେସ୍, ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି. ପି. ରାୟ, ଓକିଲ ସଂଘର ସଭାପତି ରମେଶ ବଳ, ପିଟର ତିର୍କୀ ପ୍ରମୁଖ ଯୋଗ ଦେଇଥିଲେ। ସଭାଧ୍ୟକ୍ଷ ହରିହର ରାଉତରାୟ, ଟ୍ରଷ୍ଟର ସଭାପତି ଜୟନ୍ତୀ ଦାସ, ସଂପାଦକ ପୁରୁଷୋତ୍ତମ ତନ୍ତୀ, ସଂଗଠନ ସଂପାଦକ ଅଜିତ ବୁଡ ଓ ସଂଯୋଜକ ସନ୍ତୋଷ ତନ୍ତୀଙ୍କ ଆବାହକତ୍ବରେ ଆୟୋଜିତ ଏହି କ୍ରୀଡା ପ୍ରତିଯୋଗିତାରେ ଆନ୍ତର୍ଜାତୀୟ ସ୍ତରରେ ହକି ଖେଳି ଜିଲ୍ଲା ତଥା ରାଜ୍ୟ ପାଇଁ ସୁନାମ ଆଣିଥିବା ଆଠ ଜଣ ଖେଳାଳିଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରାୟ ନିଜ ବକ୍ତବ୍ୟରେ କହିଲେ ଯେ, ଏହି ଭଳି ଗ୍ରାମୀଣ ହକି ପ୍ରତିଯୋଗିତା ଦ୍ବାରା ଗ୍ରାମାଞ୍ଚଳରେ ହକିକୁ ପ୍ରୋତ୍ସାହନ ମିଳିବା ସହ ନୂତନ ପ୍ରତିଭା ସୃଷ୍ଟି ହୋଇପାରିବେ । ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଖେଳକୁ ସ୍ବତନ୍ତ୍ର ମର୍ୟ୍ୟାଦା ପ୍ରଦାନ କରି କେବଳ ଭାରତବର୍ଷ କାହିଁକି ସମଗ୍ର ବିଶ୍ୱରେ ଏହାର ମାନକୁ ବୃଦ୍ଧି କରିପାରିଛନ୍ତି, ସେଥିପାଇଁ ସେ ସାଧୁବାଦ ଜଣାଇଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ପ୍ରାୟ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଏହା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ବିଜେତା ଦଳକୁ ୧୫ ହଜାର ଟଙ୍କା, ଉପବିଜେତା ଦଳକୁ ୧୦ ହଜାର ଟଙ୍କା, ତୃତୀୟ ଦଳକୁ ୭ ହଜାର ଟଙ୍କା ଓ ଚତୁର୍ଥ ଦଳକୁ ୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ଏହି ମ୍ୟାଚ ଗୁଡିକୁ ସଂଜୀବ ଲାକ୍ରା, ବେରନାଟ ଲାକ୍ରା, ରାଧିନ ଲାକ୍ରା, ସୂରଜ କେରକେଟା, ସମିର ଏକ୍କା, ରାଜନ ଏକ୍କା, ସୂରଜ କେରକେଟା ପରିଚାଳନା କରିବାକୁ ଥିବାବେଳେ ଟେକ୍ନିକାଲ୍ ଅଫିସିଆଲ ଭାବେ ଅନ୍ତର୍ଜାତୀୟ ହକି ଖେଳାଳି ରାଜନ ଏକ୍କା, ନବୀନ ମାଝୀ, ସୂରଜ କେରକେଟା, ସମୀର ଏକ୍କା, ତେଲସଫର ଲାକ୍ରା, ସୁନିଲ ଟପ୍ପୋ କାର୍ଯ୍ୟ ତୁଲାଉଛନ୍ତି । ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନାରେ ସାଗରିକା ୱେଲଫେୟାର ଟ୍ରଷ୍ଟର ସୌଦାମିନୀ ସାହୁ, ସସ୍ମିତା ଜେନା, ରାଜେଶ୍ବରୀ ମହାପାତ୍ର, ପ୍ରମିଳା ରଣା, ଅଜିତ ବୁଡ, ବାର୍ଣାଡ ଲାକ୍ରା, ସୁଧୀର ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ସନ୍ତୋଷ ତନ୍ତୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆରସିସି ଟାଙ୍ଗରପାଲି ମାଟିଆଡେରାର ପୁଅଝିଅ ମାନେ ସାନ୍ତାଳୀ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।

yuvodaya
Leave A Reply

Your email address will not be published.