oom

ହରିଶଙ୍କର କ୍ଷେତ୍ରର ବିକାଶ ପାଇଁ ସଂସଦରେ ଦାବୀ ଉପସ୍ଥାପନ କଲେ ସାଂସଦ

jsmm

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ସୈନ୍ଦର୍ଯ୍ୟଭରା ଖପ୍ରାଖୋଲ ବ୍ଲକର ଗନ୍ଧମାର୍ଦ୍ଦନ ପାହାଡକୁ ଲାଗିଥିବା ହରିଶଙ୍କର କ୍ଷେତ୍ର । ଐତିହାସିକ , ପୌରାଣିକ ତଥା କିମ୍ବଦନ୍ତୀରେ ଉଲ୍ଲେଖ ଥିବା ଏହି କ୍ଷେତ୍ରର ବିକାଶ ଆଜି ଯାଏଁ ଆଶାନୁରୂପକ ହୋଇ ପାରିନାହିଁ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଚିରସ୍ରୋତା ଝରଣା, ପୁରାତନ ମନ୍ଦିର, ବୌଦ୍ଧ କୀର୍ତିରାଜି, ଔଷଧୀୟ ଗୁଲ୍ମଲତା ଓ ଜୈବ ବିବିଧତା ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ହେଲେ ଯୋଗାଯୋଗ ବ୍ୟବସ୍ଥା ଠିକ୍‌ ନ ଥିବାବେଳେ ପର୍ଯ୍ୟଟକଙ୍କ ରହିବା ପାଇଁ ମଧ୍ୟ ଆବଶ୍ୟକ ଭିତିଭୂମିର ଅଭାବ ରହିଛି । କେନ୍ଦ୍ରସରକାର ସ୍ୱଦେଶ ଦର୍ଶନ ଯୋଜନା ଆରମ୍ଭ କରିଥିବା ବେଳେ ଏହି ଯୋଜନାରେ ଐତିହାସିକ, ପୌରାଣିକ, ପ୍ରାକୃତିକ ସୌନ୍ଦର୍ଯ୍ୟଭରା କ୍ଷେତ୍ରଗୁଡ଼ିକୁ ସାମିଲ କରୁଛନ୍ତି । ଏ ନେଇ ଏହି ଯୋଜନାରେ ହରିଶଙ୍କର ସମେତ ରାଣୀପୁର ଝରିଏଲ ଏବଂ ସୋନପୁର ଜିଲ୍ଲାର ବିଭିନ୍ନ କ୍ଷେତ୍ରକୁ ସାମିଲ ପାଇଁ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ସଂସଦରେ ଉପସ୍ଥାପନ କରିଥିବା ଜଣାଯାଇଛି । ଏହି ଯୋଜନାରେ ସାମିଲ ହେଲେ ଏହି କ୍ଷେତ୍ରଗୁଡ଼ିକର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ତ୍ୱରାନ୍ୱିତ ହେବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହ ଭିତିଭୂମିର ବିକାଶ ଏବଂ ଯୁବକମାନଙ୍କ ଆତ୍ମନିଯୁକ୍ତି ହୋଇପାରିବ ବୋଲି ପର୍ଯ୍ୟଟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି, ଯାହାକୁ ନେଇ ହରିଶଙ୍କର ମନ୍ଦିର ସବ୍‌ କମିଟୀ ସଭାପତି ବିପ୍ର ବିଶି, ଶଶି ପୁଝାରୀ, ଅଭୟ ତ୍ରିପାଠୀ, ଗଜରାଜ ନାଗ, ବଳରାମ ବେହେରା, ଧରମ ସିଂ ଧରୁଆ ପ୍ରମୁଖ ସାଂସଦଙ୍କୁ କୃତଜ୍ଞତା ଜଣାଇବା ସହ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ମଧ୍ୟ ଦାବୀକୁ ଗ୍ରହଣ କରିବେ ବୋଲି ଆଶାବାଦୀ ।

jittmm
Leave A Reply

Your email address will not be published.