csstore

ଲଘୁଚାପଜନିତ ଲଗାଣ ବର୍ଷାରେ କ୍ଷତି ହୋଇଥିବା ଫସଲର କ୍ଷତିପୂରଣ ଦାବୀରେ ଏଆଇକେକେଏମଏସର ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ହୋଇଥିବା ଲଗାଣ ବର୍ଷାରେ ଖରିଫ ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ୧୯୮୦ ମସିହାଠାରୁ ଡେଲାଙ୍ଗ, କଣାଶ, ସତ୍ୟବାଦୀ, ପୁରିସଦର ଓ ବ୍ରହ୍ମଗିରି ବ୍ଲକର ହଜାର ହଜାର ଏକର ଧାନ ଜମି ଉପଯୁକ୍ତ ପାଟଣାଳୀ ଅଭାବରୁ ଜମିର ଉଦବୃତ୍ତ ଜଳ ନିଷ୍କାସନ ହୋଇ ପାରୁନାହିଁ । ଏହି ଅଂଚଳର ଜମି ଲବଣ ଯୁକ୍ତ ହୋଇଥିବାରୁ ଉଠା ଜଳସେଚନ ହୋଇ ପାରୁନାହିଁ । ଖରିଫ ଫସଲ ନଷ୍ଟ ହେଲେ ରବି ଫସଲ ପାଇଁ ଲୁଣା ନଦୀରେ ଆନିକାଠ ନିର୍ମାଣ ଅତ୍ୟନ୍ତ ଜରୁରୀ । ଅତଏବ ଏହି ଦାବୀ ସହ ଫସଲର କ୍ଷତିପୂରଣ ବାବଦରେ ଏକର ପିଛା ୨୦,୦୦୦ ଟଙ୍କା କ୍ଷତିପୂରଣ, ରବିଚାଷ ପାଇଁ ମାଗଣାରେ ସାର, ବିହନ, କୀଟନାଶକ ଯୋଗାଣ, କୃଷିଋଣ ସମ୍ପୂର୍ଣ୍ଣ ଛାଡ଼, ବିନସୁଧରେ ବ୍ୟାଙ୍କ ଋଣ ପ୍ରସଦାନ ପାଇଁ ଏହି ବିକ୍ଷୋଭରେ ଯୋଗ ଦେଇ ସଂଗଠନର ରାଜ୍ୟ ସମ୍ପାଦକ କମ୍ରେଡ଼ ରଘୁନାଥ ଦାସ ଦୃଢ ଦାବୀ କରିଛନ୍ତି । ଏହି ବିକ୍ଷୋଭରେ ଅନ୍ୟମାଙ୍କ ମଧ୍ୟରେ ସଂଗଠନର ବ୍ଲକ ସଭାପତି ଦୀନବନ୍ଧୁ ପରିଡା, ସମ୍ପାଦକ ବଟ କୃଷ୍ଣ ସ୍ୱାଇଁ, ରାଜକିଶୋର ଆଲୁକ, ପଦ୍ମଚରଣ ଜେନା, ଗୋଲକ ବରାଳ ପ୍ରମୁଖ କର୍ମୀମାନେ ନିଜର ବକ୍ତବ୍ୟରେ ଆଗାମୀ ଦିନର ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଆହ୍ୱାନ କରିଛନ୍ତି । ୬ ଦଫା ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ଡେଲାଙ୍ଗ ତହସିଲଦାରଙ୍କୁ ଦିଆଯାଇଛି ।

jayashree
Leave A Reply

Your email address will not be published.