oom

ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ରଂଜିତା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସ ପରମର୍ଶଦାତ୍ରୀ ତଥା ଫାଷ୍ଟ ଏଡର ରଶ୍ମିରାଣୀ ଦାଶ ପ୍ରାଥମିକ ଶିକ୍ଷାର ଲକ୍ଷ୍ୟ, ଆବଶ୍ୟକତା ବୁଝାଇବା ସହିତ ଡେମୋଷ୍ଟେସନ ମାଧ୍ୟମରେ ଇନ୍‌ସିଡେଣ୍ଟ ମେନେଜମେଣ୍ଟ , କଜୁଏଲଟି ମେନେଜମେଣ୍ଟ, ସକ୍‌, ମୁର୍ଚ୍ଛା, ରିକଭରି ପୋଜିସନ, ରକ୍ତସ୍ରାବ ଓ ବେଣ୍ଡେଜ ବିଷୟରେ ଶିକ୍ଷାର୍ଥୀ, ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ପ୍ରାଥମିକ ଚିିକିତ୍ସା ଜ୍ଞାନକୁ ସଠିକ ସମୟରେ ଉପଯୋଗ କରି ଆହତ ବ୍ୟକ୍ତିର ଜୀବନ ବଂଚାଇବା ପାଇଁ ମତ ରଖିଥିଲେ । କୋଭିଡ-୧୯ ଗାଇଡଲାଇନ ଅନୁପାଳନ କରି ହୋଇଥିବା କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀ ତଥା ଶିକ୍ଷକ ଗିରିଶ ସେଠ, ଦେବେନ୍ଦ୍ର ବିଶ୍ୱାଲ, ନବିନ ଗାଇଗରିଆ, ଟୁନା ପାତ୍ର, ଶିକ୍ଷୟତ୍ରୀ ତପସ୍ମିନୀ ଦାଶ, ତପସୁମ ଜାହାନ ବେଗମ୍‌, ଝରଣା ପାତ୍ର, ପୌଣ୍ଣମାସୀ ଆଚାର୍ଯ୍ୟ, ନରେନ୍ଦ୍ରୀ ଛାନ୍ଦ, ପ୍ରେମ ମଞ୍ଜରୀ ସିଂହ ଉପସ୍ଥିତ ଥିଲେ । ପରିଶେଷରେ ଖେଳ ଶିକ୍ଷକ ପ୍ରଦ୍ୟୁମ୍ନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.