ଅର୍ଥାଭାବ ଯୋଗୁଁ ନୂଆଁଖାଇ ପାଳିବାରୁ ବଂଚିତ ହେଲେ ଗୌରୀ ସୁନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ନିମିଷକେ ବଦଳି ଯାଏ ଜୀବନର ଦିଗ, ହସ ଖୁସିରେ କଟୁଥିବା ଦିନ ହଠାତ ଦୁଃଖ ଭରା ହୋଇଯାଏ । ଏପରି ଏକ ଘଟଣା ଘଟିଛି ଗୌରୀ ସୁନାଙ୍କ ସହ । ବରଗଡ଼ ସଦର ତୋରା ପଞ୍ଚାୟତ ଅନ୍ତର୍ଗତ ନୂଆଖୁଲିର ବସିନ୍ଧା ଗୋୖରୀ ସୁନା (୫୦) । ପୌର ପରିଷଦର ଜଣେ ସୁଇପର ଠିକା ଶ୍ରମିକ ଭାବେ କାମ କରନ୍ତି ଗୌରୀ । ଗତ ୨୬.୦୭.୨୦୨୧ ଶନିବାର ଦିନର ଘଟଣା ନିଜ ଦୈନନ୍ଦିନ କାର୍ଯ୍ୟ ସାରି ଘରକୁ ଫେରିବା ବାଟରେ ହଠାତ୍‌ ଟ୍ରେନ ଦୁର୍ଘଟଣାରେ ହାତ ଓ ଗୋଡ ହରାଇଲେ ଗୋୖରୀ । ଚିକିତ୍ସା ପାଇଁ ସର୍ବସ୍ୱ ହରାଇ ଥିବା ଗୌରୀ ଏଥର ଅର୍ଥାଭାବ ଯୋଗୁଁ ନୂଆଖାଇବାରୁ ବଂଚିତ ହୋଇଛନ୍ତି । ସରକାରଙ୍କ ତରଫରୁ କୌଣସି ସହାୟତା ପାଇନଥିବା କହନ୍ତି ଗୌରୀ । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଯାଇଥିବା ବେଳେ ସମ୍ପୂର୍ଣ୍ଣ ବେରୋଜଗାର ହୋଇ ପଡିଛନ୍ତି ଗୋୖରୀ । ଆଗକୁ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସେପଟେ ଗୌରୀ ଅନ୍ ଫିଟ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ସାର୍ଟିଫିକେଟ ଦେଉ ନ ଥିବାରୁ ଇପିଏଫ ସହାୟତା ମିଳିପାରୁ ନାହିଁ ବୋଲି ତାଙ୍କ ପୁଅ ଦୁର୍ଲଭ ସୁନା କହିଛନ୍ତି । ଏବେ ଗରିବର କେହି ନାହିଁ ବୋଲି ନିଜ ଭାଗ୍ୟକୁ ଆଦରି ବସିଛନ୍ତି ଗୋୖରୀ ଓ ପରିବାର ।

Leave A Reply

Your email address will not be published.