ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୨ ଶିଶୁ

ମାଲକାନଗିରି : ପୋଖରୀରେ ବୁଡ଼ି ୨ ଜଣ ଶିଶୁ ମୃତ୍ୟୁବରଣ କରିଥିବା ଖବର ମିଳିଛି । ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମର ଦେବା ମାଡକାମିର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ ଉଭୟ ଘର ଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଗ୍ରାମ ପୋଖରୀରେ ବୁଡି ଯାଇଥିଲେ । କିଛି ସମୟ ଧରି ପରିବାର ଲୋକ ଉଭୟଙ୍କୁ ଖୋଜାଖୋଜି କରିବା ପରେ ଦୁହିଙ୍କୁ ଗାଁ ପୋଖରୀରୁ ଉଦ୍ଧାର କରି ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.