ଭୁବନେଶ୍ୱର, (କେପିଏନ୍ଏସ୍) : ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ.ଏସ୍.ମୁରଲୀଧର ଭିସି ମାଧ୍ୟମରେ ରାଜ୍ୟରେ ସିଭିଲ୍ ଜଜ୍ କୋର୍ଟ୍ (ଜେଏଫ୍ଏମସି) ଉଦଘାଟନ କରିଛନ୍ତି । ଏହି ସବୁ କୋର୍ଟ୍ କେଉଁଝର ଜିଲ୍ଲାର ତେଲକୋଇ, ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା, ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା ଏବଂ ଯଶିପୁର ଓ ନବରଙ୍ଗପୁର ଜିଲ୍ଲା ଝରିଗାଁ ଠାରେ କାର୍ଯ୍ୟ କରିବ । ଏ ସଂପର୍କରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟର୍ ମାଧ୍ୟମରେ ସୂଚନା ଦିଆଯାଇଛି ।