oom

ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ପରିଦର୍ଶନ କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟକୁ ବୁଧବାର ଦିନ ବରଗଡ଼ ସାଂସଦ ସୁରେଶ ପୂଜାରୀ, ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ପରିଦର୍ଶନ କରିବା ସହ ଚିକିତ୍ସାଳୟର ଅଭାବ ଅସୁବିଧା ଡ଼ାକ୍ତର ମାନଙ୍କୁ ପଚାରି ବୁଝିଥିଲେ । ସାଂସଦ ଶ୍ରୀ ପୂଝାରୀ, ପୂର୍ବତନ ବିଧାୟକ ଶ୍ରୀ ପୁରୋହିତଙ୍କୁ ଚିକିତ୍ସାଳୟ ଉପାଧ୍ୟକ୍ଷ ପ୍ରଦୀପ କୁମାର ଦୋରା ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ବେଳେ ଡ. ଶ୍ରୀକାନ୍ତ ରାଉତ, ଡ. ମାନଭଞ୍ଜନ ପଣ୍ଡା, ଡା. ମୁରଲିଧର ବାଗ, ମାତୃ ପ୍ରସାଦ, ପରାସର ପାଣିଗ୍ରାହୀ, ଶ୍ରୀମତୀ ପ୍ରଫୁଲା ତିର୍କି, ସୁବଲ ସାହୁ, ଦୁର୍ଯ୍ୟୋଧନ ସେଠ, ସୌକିଲାଲ ସେଠ, ସୁରୁଜ ପଣ୍ଡା, ମନବୋଧ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସାଂସଦ ଶ୍ରୀ ପୂଝାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ଶ୍ରୀ ସାଂସଦ ଓ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଚିକିତ୍ସାଳୟର ୱ।ଡ଼ ପରିଦର୍ଶନ କରିବା ସହ ରୋଗୀ ମାନଙ୍କର ଠାରୁ ସମସ୍ତ କଥା ବୁଝି ଖୁସି ବ୍ୟକ୍ତ କରିଥିଲେ । ଚିକିତ୍ସାଳୟର ସମସ୍ତ ପ୍ରକାର ସୁବିଧା ସହଯୋଗ କରିବାକୁ ସାଂସଦ ଶ୍ରୀ ପୂଝାରୀ ପ୍ରତିଶ୍ରୁତି ଦେଇଥିଲେ । ପରିଦର୍ଶନ ସମୟରେ ଆଇନଜୀବୀ ରାଜକୁମାର ସାହୁ, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ସୁଶାନ୍ତ ନାଗ, ହାଡୁ ସାହୁ, ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.